Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ର ସବୁଠୁ ବଡ଼ ରେକର୍ଡ ବ୍ରେକର, ତାଲିକାରେ ଏହି ଖେଳାଳି ଓ ଦଳ ସାମିଲ୍

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ ସଂପ୍ରତି ଭାରତରେ ଖେଳା ଯାଉଛି। ସବୁ ଦଳର ନଜର ଦିନିକିଆ ବିଶ୍ଵକପ୍ ଟାଇଟଲ୍ ଉପରେ ରହିଛି। ଏହି ସମୟରେ ଅନେକ ନୂତନ ରେକର୍ଡ ସ୍ଥାପନ ହୋଇଥିବା ବେଳେ ଅନେକ ପୁରୁଣା ରେକର୍ଡ ଧ୍ଵସ୍ତ ହୋଇଛି। ଏଥିରେ ସର୍ବାଧିକ ଶତକ, ସବୁଠୁ ଅଧିକ ବିଜୟ ଲକ୍ଷ୍ୟ ପିଛା କରିବା ଆଦି ସବୁ ରେକର୍ଡ ଏହି ବିଶ୍ଵକପରେ ସ୍ଥାପନ ହୋଇଛି। ଏଥିରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅନେକ ରେକର୍ଡ ଭାଙ୍ଗିଛନ୍ତି।

ଉଲ୍ଲେଖନୀୟ ବିଶ୍ଵକପର ୮ମ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୩୪୪ ରନର ବିଶାଳ ସ୍କୋର କରିଥିଲା। ଜବାବରେ ପାକିସ୍ତାନ ୪ ଓ୍ଵିକେଟ୍ ହରାଇ ରେକର୍ଡ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପାକିସ୍ତାନ ପକ୍ଷରୁ ଓପନର ଅବଦୁଲ୍ଲା ଶଫିକ ଓ ମହମ୍ମଦ ରିଜଓ୍ଵାନ ଶତକ ଅର୍ଜନ କରିଥିଲେ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୪୨୮ ରନର ରେକର୍ଡ ସ୍କୋର କରିଥିଲା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଡମ ମାର୍କରମ ୪୯ ବଲରୁ ଶତକ ଅର୍ଜନ କରି ବିଶ୍ଵକପରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏହା ବ୍ୟତୀତ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶତକ ଲଗାଇ ବିଶ୍ଵକପରେ ସର୍ବାଧିକ ଶତକ ଓ ସବୁଠୁ ଅଧିକ ଛକା ମାରିବାର ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ