Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିବା ଗ୍ରାମପଞ୍ଚାୟତ ରେ ବିଜେଡି ଜନ ସଂପର୍କ ପଦଯାତ୍ରା

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମପଞ୍ଚାୟତରେ ଆଜି ଜିଲ୍ଲା ସମ୍ପାଦିକା ସ୍ନିଗ୍ଧା ପଟେଲଙ୍କ ଅଧ୍ୟକ୍ଷତାରେ ବିଜେଡିର ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଏଇ କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗଦେଇ ନୂତନ ଭାବେ ତିଆରି ହେବାକୁ ଥିବା ପଂଚାୟତ ସ୍ତରୀୟ ବ୍ୟାଙ୍କ ଗୃହ,ପଂଚାୟତ ସ୍ତରୀୟ ସୁବିଧା କେନ୍ଦ୍ର, ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ଏବଂ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜଗନ୍ନାଥ ମଣ୍ଡପର ଭୂମି ପୂଜନ କରିଥିଲେ। ପରେ ପଂଚାୟତ କର୍ମୀଙ୍କ ସହ ଟିକିବା ଗ୍ରାମରେ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ପଂଚାୟତ ଅନେକ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଇ କର୍ଯ୍ୟକ୍ରମରେ ଜମନକିରା ବ୍ଲକ ବିଜେଡି ସଭାପତି ଆଦି ପ୍ରସାଦ ମହାକୁଲ, ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ ଶର୍ମା, କୁଚିଣ୍ଡା ବ୍ଲକ ସଭାପତି ଅମୂଲ୍ୟ ମିଶ୍ର, ଗୁଣ୍ଡୁରୁଚୁଆଁ ପଂଚାୟତ ସଭାପତି ବୁବୁନ ପଟେଲ, ବରିଷ୍ଠ ବିଜେଡି କର୍ମୀ ସନାତନ ପଧାନ, ଦୁବରାଜ ବରିହା,ଲମ୍ବୋଦର ଭୋଇ,ୱାର୍ଡ ସଭ୍ୟ ନୀଳାମ୍ବର ରଣା, ସୁରଭ ଭୋଇ,ପ୍ରଶାନ୍ତ ଖର୍ସେଲ,ସରୋଜିନୀ ପଟେଲ,ମନୋରମା ମାକର,ଦାଶରଥି ପଟେଲ ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ