Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

 ଯୁବ ରେଡକ୍ରସର ସଡକ ସୁରକ୍ଷା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଚେତନତା ହିଁ ସାଇବର ଠକେଇ ସୁରକ୍ଷା

କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ସ୍ଥାନୀୟ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁପ୍ରା, ମୁସ୍କୁଟି ଯୁବରେଡକ୍ରସ ଶାଖା ତରଫରୁ ସଡକ ସୁରକ୍ଷା ଓ ସାଇବର ନିରାପତ୍ତା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦର୍ଶ ଥାନା କେସିଙ୍ଗାର ଭାରପ୍ରାପ୍ତ ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର, ସମ୍ମାନୀତ ଅତିଥି ଭାବେ  ଏ ଏସ ଆଇ ଅନୁପ କୁମାର ଶତପଥୀ, ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ମମତା ମଜଂରୀ ପ୍ରଧାନ, ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କାଳୀଚରଣ ମହାପାତ୍ର,  ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଉପେନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇ ସାଇବର ଠକେଇରୁ ରକ୍ଷା ପାଇବା ନିମନ୍ତେ ସଚେତନତା ହିଁ ଏକ ମାତ୍ର ଉପାୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବରେଡକ୍ରସ ପରାମର୍ଶଦାତା ତଥା ବରିଷ୍ଠ ଇତିହାସ ଅଧ୍ୟାପକ ସୁଧିର କୁମାର ପଣ୍ଡା ସଂଯୋଜନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୫୦ଜଣ ଛାତ୍ରଛାତ୍ରୀ ତଥା   ମହାବିଦ୍ୟାଳୟର ଯୁବରେଡକ୍ରସ ସ୍ବେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ମମତା ମଂଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ