Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ରେ ନାଗରିକ ସମାଜ ରେ ବୁଣାକାର ସ୍ୱର : ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ ସୁଯୋଗ ଉପରେ ଆଲୋଚନା ଚକ୍ର।

ଗୋପାଳପୁର,୧୩/୧୦ ପାଲୁର ହିଲ୍ ଠାରେ ଥିବା ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନ ରେ ନାଗରିକ ସମାଜ ରେ ବୁଣାକାର ସ୍ୱର : ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ ସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ର ସାଂସ୍କୃତିକ ନୃବିଜ୍ଞାନୀ ଡ଼. ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଏବଂ ଏମେରିଟସ ଅଧ୍ୟାପକ ଡ଼ . ତ୍ରିଲୋକୀ ନାଥ ପାଣ୍ଡେ ଯୋଗ ଦେଇ “ନାଗରିକ ସମାଜ ରେ ବୁଣାକାର ସ୍ୱର : ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ ସୁଯୋଗ” ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଡ଼. ତ୍ରିଲୋକୀ ନାଥ ପାଣ୍ଡେ କହିଥିଲେ ଯେ ନୃବିଜ୍ଞାନ ର ଦୁଇଟି ସିଦ୍ଧାନ୍ତ : ବିବର୍ତ୍ତନବାଦ ଏବଂ ପ୍ରସାରବାଦ ଯଥାକ୍ରମେ ସମୟାନୁଭୂତି ଏବଂ ସ୍ଥାନର ପରିକଳ୍ପନା ଦେଇଥାନ୍ତି । ଏହି ଅବସରରେ ଅନ୍ନପୂର୍ଣ୍ଣା ଦେବୀ କହିଥିଲେ ଯେ କୌଣସି ସ୍ଥାନରେ ମୂଳ ନିବାସୀ ତଥା ପ୍ରବାସୀ ମାନଙ୍କୁ ତାଙ୍କର ସଂସ୍କୃତି ହିଁ ଏକ ନିଜସ୍ୱ ପରିଚୟ ଦେଇଥାଏ, ତଥା ସଂସ୍କୃତି ର ସୁରକ୍ଷା ହିଁ ଗୋଷ୍ଠୀ କୁ ସ୍ଥାୟିତ୍ତ୍ଵ ଓ ପ୍ରଗତି ପ୍ରଦାନ କରି ଥାଏ । ବୈଷୟିକ ଉଦ୍ଭାବନ ବ୍ୟବହାର ଦ୍ୱାରା ମୌଳିକ କଳା, ପରିପାଟୀ ଓ ସାହିତ୍ୟ ର ସଂରକ୍ଷଣ ସମ୍ଭବ ହୋଇ ପାରୁଛି ଓ ପରବର୍ତ୍ତୀ ପୀଢ଼ି ଦ୍ୱାରା ଆଦୃତ ହୋଇ ପାରୁଛି ।
ଏହି ଆଲୋଚନା ଚକ୍ର ରେ ଭାରପ୍ରାପ୍ତ ଅଧକ୍ଷ ଡ଼ ବିଷ୍ଣୁକର ନାୟକ, ପ୍ରଶାସନ ମୁଖ୍ୟ ଶ୍ରୀ ସୟଦ ସୁଲେମାନ ଅଲି, ଡ଼. ପ୍ରଦ୍ୟୁମ୍ନ ପାତ୍ର, ଡ଼ ବ୍ରଜ କିଶୋର ମିଶ୍ର, ଡ଼. ସସ୍ମିତା ପାଢ଼ୀ, ଡ଼ ସୁଧୀର ରଞ୍ଜନ ପଟନାୟକ, ଡ଼ ପ୍ରୀତି ରଞ୍ଜନ ସାହୁ, ଡ଼. ସୁଶାନ୍ତ ସାହୁ, ଡ଼. ସୁବ୍ରତ କୁମାର ଭୂୟାଁ , ଡ଼. ରତିକାନ୍ତ ନାୟକ, ଡ଼. ପ୍ରଶାନ୍ତ କୁମାର ବେହେରା, ପ୍ର ଦୁର୍ଗାମାଧବ ପାଢ଼ୀ, ପ୍ର ପ୍ରଦୀପ କୁମାର ଜେନା, ପ୍ର ଶ୍ରୀ କୁମାର, ପ୍ର ଚାରୁଲତା ପଲେଇ, ପିତାମ୍ବର ସାହୁ, ରମାକାନ୍ତ ଚୌଧୁରୀ ଙ୍କ ସହ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ କୁ ମାଧୁରିମା ଉପସ୍ଥାପନା କରିଥିବା ବେଳେ ଡ଼. ସବ୍ୟସାଚୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ