Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି ଠାରେ ତାରିଖ ୧୧ଓ ୧୨ଅକ୍ଟୋବର ୨୦୨୩ ଦୁଇ ଦିନିଆ ବୈଜ୍ଞାନିକ ପ୍ରଣାଳୀରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାର ସାତ ଗୋଟି ବ୍ଲକ୍ ଯଥା ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ, କଲମପୁର, କେସିଙ୍ଗା, ଥୁଆମୂଳ ରାମପୁର ଓ ଭବାନୀ ପାଟଣା ର ଗ୍ରାମୀଣ ଯୁବକ ଯୁବତୀ ମାନଙ୍କୁ ତାଲିମ ପ୍ରଦାନ୍ କରାଯାଇ ଥିଲା। କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ର ମୂଖ୍ୟ ତଥା ବରିଷ୍ଠ ବୋଜ୍ଞାନିକ ଡକ୍ଟର ଅମିତାଭ ପଣ୍ଡା ଉପସ୍ଥିତ ରହି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ, ଓରମାସ୍ ର ଡେପୁଟି କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଜର୍ଜ କେରକେଟା ଛତୁ ଓ ଛତୁରୁ ପ୍ରସ୍ତୁତ ଖାଦ୍ୟକୁ ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରୟ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। କେନ୍ଦ୍ରର ଅନ୍ୟତମ ବୋଇଜ୍ଞାନିକ ଶୁଭଶ୍ରୀ ସାହୁ ଛତୁ ଚାଷ କରିବାର ପ୍ରଣାଳୀ ପ୍ରୟୋଗ କରି ପାଳ ଛତୁ ଚାଷ କଲେ ଅଧିକ୍ ଉତ୍ପାଦନ ହେବ ସେ ବିଷୟରେ ବିସ୍ତୃତ ଭାବରେ ତାଲିମ ପ୍ରଦାନ କରିଥିଲେ। ତାଲିମାର୍ଥି ମାନଙ୍କୁ ଛତୁ ଉତ୍ପାଦନ ୟୁନିଟ୍ ଦେଖେଇବା ସହ ଛତୁ ମଞ୍ଜି ବଣ୍ଟନ କରିଥିଲେ। ଆସନ୍ତୁ ଶୁଣିବା ଡକ୍ଟର ଅମିତାଭ ପଣ୍ଡାଙ୍କ ପ୍ରତିକ୍ରିୟା