Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଭମନ କରିବେ ବିଶ୍ଵକପ୍ ଡେବ୍ୟୁ, ବାଦ୍ ପଡ଼ି ପାରନ୍ତି ଶାର୍ଦ୍ଦୁଳ, ଜାଣନ୍ତୁ ଭାରତ-ପାକିସ୍ତାନର ସମ୍ଭାବିତ ଏକାଦଶ

ଅହମ୍ମଦାବାଦ: ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମହାମୁକାବିଲା ଆଉ କିଛି ସମୟ ପରେ ଆରମ୍ଭ ହେବ। ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆତ୍ମ ବିଶ୍ଵାସର ମଇଦାନକୁ ଓହ୍ଲାଇବେ। ତେଣୁ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଆଜିର ମ୍ୟାଚରେ ଭାରତର ଚୂଡ଼ାନ୍ତା ଏକାଦଶ କେମିତି ରହିବ ତା ଉପରେ ସଭିଙ୍କ ନଜର। ତେବେ ଭାରତ ପାଇଁ ସବୁଠୁ ବଡ଼ କଥା ଯେ, ଶୁଭମନ ଗିଲ ଆଜିର ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ଏହାର ସଙ୍କେତ ଗତକାଲି ଅଧିନାୟକ ରୋହିତ ଶର୍ମା ଦେଇ ସାରିଛନ୍ତି। ତେଣୁ ଗିଲ୍ ଆଜି ବିଶ୍ଵକପରେ ଡେବ୍ୟୁ କରି ପାରନ୍ତି।

ଏହିପରି ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇପାରେ। ଇଶାନ କିଶନଙ୍କ ସ୍ଥାନରେ ଗିଲ୍ ମଇଦାନକୁ ଓହ୍ଲାଇ ପାରନ୍ତି। ଅନ୍ୟପଟେ ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ବଦଳରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଓହ୍ଲାଯାଇପାରେ। ଏମିତିରେ ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିବାର ଅଧିକ ସମ୍ଭାବନା ରହିଛି। ତାଙ୍କ ନିକଟରେ ବେଶ ଅନୁଭବ ଓ ଅଭିଜ୍ଞତା ରହିଛି। ଯଦି ପିଚକୁ ଦେଖି ତିନି ସ୍ପିନରଙ୍କ ସହିତ ପଡ଼ିଆକୁ ଓହ୍ଲାଇବାକକୁ ପଡ଼ିଲେ ଶାର୍ଦ୍ଦୁଳଙ୍କ ସ୍ଥାନରେ ଆର ଅଶ୍ଵିନଙ୍କୁ ସୁଯୋଗ ମିଳିପାରେ।

ଅନ୍ୟପଟେ ପାକିସ୍ତାନର ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାରର ପରିବର୍ତ୍ତନର ସମ୍ଭାବନା କମ ରହିଛି। ହେଲେ ବାବର ଆଜମଙ୍କ ପାଇଁ ଚିନ୍ତାର ବିଷୟ ଏହା ଯେ, ଦ୍ରୁତ ବୋଲର ହସନ ଅଲ୍ଲୀ ଶ୍ରୀଲଙ୍କା ବିପକ୍ଷରେ ୪ ଓ୍ଵିକେଟ୍ ନେଇଥିଲେ ହେଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଯଦି ଦଳରେ କୌଣସି ପରିବର୍ତ୍ତନ ଘଟେ ତେବେ ହସନଙ୍କ ସ୍ଥାନରେ ମହମ୍ମଦ ଓ୍ଵାସିମଙ୍କୁ ସୁଯୋଗ ମିଳିପାରେ।

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍/ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର/ମହମ୍ମଦ ଶାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।

ପାକିସ୍ତାନର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଅବଦୁଲ୍ଲା ଶଫିକ, ଇମାମ ଉଲ ହକ, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ସାଉଦ ସକିଲ, ଇଫତିଖାର ଅହମ୍ମଦ, ଶାଦାବ କାନ, ମହମ୍ମଦ ନଓ୍ଵାଜ, ହସନ ଅଲ୍ଲୀ/ମହମ୍ମଦ ଓ୍ଵାସିମ, ଶାହିନ ଆଫ୍ରିଦି, ହାରିସ ରାଉଫ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ