Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଳକୁ ଶୁଭମନ ଗିଲଙ୍କ ପ୍ରତ୍ୟାବର୍ତ୍ତନ, ଜାଣନ୍ତୁ ଇଶାନଙ୍କ ପାଇଁ କଣ କହିଲେ ରୋହିତ ଶର୍ମା

ଅହମ୍ମଦାବାଦ: ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମହାମୁକାବିଲା ଆରମ୍ଭ ହୋଇ ଯାଇଛି। ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆତ୍ମ ବିଶ୍ଵାସର ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଗୋଟିଏ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ଶୁଭମନ ଗିଲଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ତାଙ୍କୁ ଇଶାନ କିଶନଙ୍କ ସ୍ଥାନରେ ଦଳରେ ସାମିଲ୍ କରାଯାଇଛି।

ଟସ୍ ସମୟରେ ରୋହିତ ଶର୍ମା କହିଛନ୍ତି, ମୋତେ ଇଶାନ କିଶନଙ୍କ ପାଇଁ ଖରାପ ଲାଗୁଛି। ଯେବେ ବି ଦଳ ଯାହା ଚାହିଁଛି ସେ ଆଗକୁ ଆସି ଦଳର ଦାବି ପୂରା କରିଛନ୍ତି। ମାତ୍ର ଶୁଭମନ ଗିଲ୍ ଗତ କିଛି ମାସରେ ଆମ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ଆଜିର ମ୍ୟାଚରେ ଗିଲଙ୍କୁ ସୁଯୋଗ ମିଳିଛି।

ରୋହିତ ଟସ୍ ଜିତିବା ସମୟରେ କହିଛନ୍ତି, ସନ୍ଧ୍ୟାରେ ଏହି ଗ୍ରାଉଣ୍ଡରେ କାକର ପଡ଼ିବାର ସମ୍ଭାବନା ଅଧିକ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ବୋଲିଂ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଅନ୍ୟପଟେ ପାକିସ୍ତାନର ଅଧିନାୟକ ବାବର ଆଜ ମଧ୍ୟ କହିଛନ୍ତି, ଟସ୍ ଜିତିଥିଲେ ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତୁ। ପିଚରେ ବଡ଼ ସ୍କୋର କରି ପ୍ରତିପକ୍ଷ ଦଳକୁ ଚାପରେ ରଖିବାକୁ ଚେଷ୍ଟା କରିବୁ।

ଭାରତର ଚୂଡ଼ାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।

ପାକିସ୍ତାନର ଚୂଡ଼ାନ୍ତ ଏକାଦଶ
ଅବଦୁଲ୍ଲା ଶଫିକ, ଇମାମ ଉଲ ହକ, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ସାଉଦ ସକିଲ, ଇଫତିଖାର ଅହମ୍ମଦ, ଶାଦାବ କାନ, ମହମ୍ମଦ ନଓ୍ଵାଜ, ହସନ ଅଲ୍ଲୀ, ଶାହିନ ଆଫ୍ରିଦି, ହାରିସ ରାଉଫ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ