Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଦ୍ୟୁତ ବୋଝରୁ ଗ୍ରାହକଙ୍କୁ ଆଶ୍ବସ୍ତି; ବଢିବନି ବିଜୁଳି ଦର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ବିଦ୍ୟୁତ ବୋଝରୁ ଗ୍ରାହକଙ୍କୁ ମିଳିଲା ଆଶ୍ବସ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ବଢ଼ିବନି । ପୂର୍ବରୁ ଯେଉଁ ଦର ଥିଲା ତାହା ଅପରିବର୍ତ୍ତିତ ରହିବ। ଏ ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ସୂଚନା ଦେଇଛନ୍ତି। ଚାଷୀଙ୍କ ପାଇଁ ବିଦ୍ୟୁତ ବିଲରେ ମଧ୍ୟ ରିହାତି ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ରଖାଯାଇଛି । ସେହିପରି ଫାଇନ୍ ବ୍ୟବସ୍ଥାକୁ ମଧ୍ୟ ବାଦ ଦିଆଯାଇଛି ।

ପୂର୍ବଭଳି ୦ ରୁ ୫୦ ୟୁନିଟ୍ ପାଇଁ ୩ ଟଙ୍କା ଦେବେ ଉପଭୋକ୍ତା । ୫୦ ରୁ ୧୫୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା ଦେବାକୁ ପଡ଼ିବ। ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୮୦ ପଇସା ଧାର୍ଯ୍ୟ କରାଯାଇଛି । ୪୦୦ ୟୁନିଟ ପରେ ୬ ଟଙ୍କା ୨୦ ପଇସା ଧାର୍ଯ୍ୟ କରାଯାଇଛି । ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ଛାଡ଼ କରାଯାଇଛି । ସେହିପରି ରେଳବାଇ କ୍ଷେତ୍ରରେ ୨୫ ପ୍ରତିଶତର ରିହାତିକୁ ମଞ୍ଜୁର କରାଯାଇଛି । ଏସମ୍ପର୍କରେ ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।