Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିତଳାପଲ୍ଲୀ ଟାଟା ସୁପର ସ୍ପେସିଆଲିଷ୍ଟ ହସପିଟାଲ କାର୍ଯ୍ୟକ୍ଷମ ହେବ କେବେ?

ଗୋପାଳପୁର,୧୪/୧୦ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଶିତଳାପଲ୍ଲୀ ଠାରେ ଟାଟା ପକ୍ଷରୁ ସୁପର ସ୍ପେସିଆଲିଷ୍ଟ ହସପିଟାଲ ନିର୍ମାଣ ନିମନ୍ତେ ଭିତ୍ତି ଦିଆଯିବା ସହ ଗତ ୨୦୧୮ ଏହାର ନିର୍ମାଣ କାମ ସରିଯାଇଥିଲା। କିନ୍ତୁ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିବା ବେଳେ ଦୀର୍ଘ ବର୍ଷ ଧରି ଦକ୍ଷିଣ ଓଡ଼ିଶା ବାସୀଙ୍କ ସେମାନଙ୍କୁ ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବାକୁ ଯେଉଁ ଦାବି କରାଯାଉଛି ତାହା ପୂରଣ ହୋଇ ପାରୁନାହିଁ।ଏହା ମଧ୍ୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଙ୍କ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ସମେତ ୫ ଟି ସଚିବଙ୍କୁ ଦକ୍ଷିଣ ଓଡ଼ିଶା ବାସୀଙ୍କ ନିମନ୍ତେ ଜରୁରୀକାଳୀନ ସେବା ପ୍ରଦାନ ରେ ବ୍ରହ୍ମପୁର ବଡ ମେଡିକାଲ ପଛରେ ପଡି ଯାଇଥିବା ବେଳେ ଏଠାରେ କର୍ପୋରେଟ୍ ହସ୍ପିଟାଲ୍ ର ବ୍ୟବସ୍ଥା କରିବାକୁ ନିବେଦନ କରିବା ସହ ଶୀତଳାପଲ୍ଲୀ ଠାରେ ଥିବା ଟାଟା ସୁପର ସ୍ପେସିଆଲିଷ୍ଟ ହସପିଟାଲ କୁ କାର୍ଯ୍ୟକ୍ଷମ କରିବାକୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ସହର ଉପକଣ୍ଠ ଶୀତଲାପଲ୍ଲୀ ରାଜସ୍ବ ମୌଜା ର ସରକାରୀ ଜମିରେ ୫୦୦ ବେଡ଼ ବିଶିଷ୍ଟ ଟାଟା ସୁପେରସ୍ପେସିଆଲିଷ୍ଟ ନିର୍ମାଣ ନିମନ୍ତେ ରାଜ୍ୟସରକାର ଗତ ୨୦୧୪ରେ କନିସି ତହସିଲ ଅନ୍ତର୍ଗତ ଶୀତଲାପଲ୍ଲୀ ରାଜସ୍ବ ମୌଜାରେ ଖାତା ନମ୍ବର ୬୨୯/୫ ଏବଂ ଖାତା ନମ୍ବର ୬୩୧/୧ ପ୍ଲଟ ର ମୋଟ ୪୪.୩୦୦ ଡିସିମିଲି ଜମିକୁ ଯାହା ବିସ୍ଥାପିତ କଲୋନୀ ନିମନ୍ତେ ସଂରକ୍ଷିତ ରଖାଯାଇଥିଲା ସରକାର ବିନା ମୂଲ୍ୟରେ ଟାଟା ହସ୍ପିଟାଲ ନିର୍ମାଣ ପାଇଁ ସରକାରି ଜମି ପ୍ରଦାନ କରିଥିଲେ । ଉକ୍ତ ଜମିରେ ଟାଟା କମ୍ପାନୀ ପକ୍ଷରୁ ସୁପର ସ୍ପେସିଆଲିଷ୍ଟ ନିର୍ମାଣ କାମ ଆରମ୍ଭ କରିଥିଲା। ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ ଚାରି ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଗତ ୨୦/୦୪/୨୦୧୪ ତା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ।୨୦୧୮ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହେଇଥିଲା ।ହସପିଟାଲରେ ରୋଗୀ ସେବା ନିମନ୍ତେ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ସହ ପ୍ରଥମ ଦଫାରେ ୨୦୦ ରୋଗୀଙ୍କ ପାଇଁ ଶଯ୍ୟା ସହିତ ଉନ୍ନତ ଧରଣର ଆସିୟୁ, ନର୍ସିଙ୍ଗ ହଷ୍ଟେଲ, ଡକ୍ଟର ବାସଗୃହ, ଅତିଥି ଭବନ, ଛ ଗୋଟି ଅପରେସନ ଥିଏଟର ଆଦିର ସୁବିଧା ଉପଲବ୍ଧ ରହିବା ସହ ଭେଷଜ,ଅସ୍ତ୍ରପଚାର, ନିସ୍ତେଜ, ସ୍ତ୍ରୀ ଓ ପ୍ରସୂତି, ଶିଶୁ କର୍ଣ୍ଣ ନାସା ଗଳା, ପାଥୋଲୋଜି ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯାଇଛି।, ଏହ ସହ ମେଡିକାଲ ପରିସରରେ ୬୭,୦୫୯ ବର୍ଗ ଫୁଟ ର ପାର୍କିଂ ସ୍ଥାନ ରହିଛି।ଉକ୍ତ ହସ୍ପିଟାଲ ୨୦୧୮ ମସିହାରେ ନିର୍ମାଣ କାର୍ଯ୍ୟ ସମାପ୍ତ ପାରେ କୋଲକାତାର ଏକ ଘରୋଇ ସଂସ୍ଥା ମେଡିକ କୁ ଦିଆଯାଇଥିଲା, କିନ୍ତୁ ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ।ଗତ ୨୦୨୦ ରେ ମସିହାରେ କୋରନା ମହାମାରୀ ଯୋଗୁଁ ରାଜ୍ୟସରକାର ଏହି ହସପିଟାଲ କୁ କୋରନା ହସ୍ପିଟାଲ ଭାବେ ବ୍ୟବହାର କରିଥିଲେ lକିନ୍ତୁ ୨୦୨୦ ଠାରୁ ଦୁଇବର୍ଷ ହେଲା ଉକ୍ତ କୋଠାରେ ତାଲା ଝୁଲୁଥିବା ଦେଖା ଦେଇଛି।। ରାଜ୍ୟ ସରକାର ସମ୍ପୂର୍ଣ ମାଗଣାରେ ୪୪.୩୦୦ ଏକର ଜମି ଟାଟା କୁ ପ୍ରଦାନ କରିଥିଲେ।ହସପିଟାଲ କାର୍ଯ୍ୟକ୍ଷମ ହେବା ପରେ ଟାଟା ଥଇଥାନ କଲୋନୀରେ ବାସକରୁଥିବା ୫୦୦୦ ପରିବାର, ଟାଟା ଷ୍ଟିଲ କର୍ମଚାରୀ ସହିତ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ପଡୋଶୀ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶର ଅନେକ ଅଞ୍ଚଳ ବାସୀ ସ୍ୱାସ୍ଥ୍ୟ ସୁବିଧା ପାଇଁ ପାରିଥାନ୍ତେ। l ଉକ୍ତ ହସ୍ପିଟାଲ ର ବଜ଼ାର ମୂଲ୍ୟ ପ୍ରାୟ ୧ ହଜାର କୋଟି ଟଙ୍କା ହେଉଥିବା ବେଳେ ଏହା ମଧ୍ୟରେ ଟାଟା ଉକ୍ତ ହସପିଟାଲ କୁ ବିକ୍ରି କରିବାକୁ ଗତ ବର୍ଷ ଏକ ତୃତୀୟ ପକ୍ଷ ମାଧ୍ୟମରେ ବିକ୍ରୟ ନିମନ୍ତେ ନୋଟିସ ବାହାର କରିଥିଲେ। କିନ୍ତୁ ଏହାକୁ ନେଇ ସେହି ସମୟ ରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସରକାର ଟାଟା ହସ୍ପିଟାଲ ବିକ୍ରୟ ନୋଟିସକୁ ତୁରନ୍ତ ବାତିଲ କରି ନିର୍ମିତ ହସ୍ପିଟାଲ ସହ ଉଦ୍ଧିଷ୍ଟ ଗୃହ ଇତ୍ୟାଦିକୁ ସରକାରି ସମ୍ପତ୍ତି ଘୋଷଣା କରିବାକୁ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ ହୋଇଥିଲା। ଏଥି ସହ ଓଡିଶା ବାସୀଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ବିକ୍ରୟ ପ୍ରକ୍ରିୟା ବାତିଲ ସହିତ ରାଜ୍ୟସରକାର ଉପରୋକ୍ତ ଟାଟା ହସ୍ପିଟାଲ ଜମି ଓ କୋଠାବାଡ଼ି ରାଜ୍ୟସରକାରଙ୍କୁ ସମ୍ପତି ଘୋଷଣା କରିବା ଉଚ୍ଚ ନ୍ୟାୟାଳୟ ରେ ପ୍ରାର୍ଥନା କରାଯାଇଥିଲା। ଏହା ସହ ଗତ ଜୁନ ମାସରେ ପୁଣି ଥରେ ଭାରତୀୟ ବିକାଶ ପରିଷଦ ସମେତ ଟାଟା କଲୋନୀ ରେ ରହୁଥିବା କିଛି ବିସ୍ଥାପିତ ପରିବାର ପକ୍ଷରୁ ଏହି ମେଡିକାଲ କୁ ବିକ୍ରି କରିବା ପରିବର୍ତ୍ତେ ନିଜେ ଏହାର ପରିଚାଳନା ଦାୟିତ୍ୱ ନେବା ପାଇଁ ଏକ ଜନ ସ୍ବାର୍ଥ ମାମଲା ରୁଜୁ ପରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଉକ୍ତ ଜମିରୁ ଖଜଣା ଆଦାୟ କରିବା ପାଇଁ କ୍ୟାବିନେଟ ନିଷ୍ପତି ସହ ପୂର୍ବର ସମସ୍ତ ଖଜଣା ଦେୟକୁ ଛାଡ କରିବା ଘୋଷଣା କୁ ନେଇ ଅଞ୍ଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜୁନ ୨୧ ତାରିଖରେ ରାଜ୍ୟ କସରକାରଙ୍କ ପକ୍ଷରୁ ଟାଟାଷ୍ଟିଲ ଲିମିଟେଡ୍ ଦ୍ବାରା ମଲ୍ଟି ସ୍ପେସାଲିଟି ହସ୍ପିଟାଲ୍ ପ୍ରତିଷ୍ଠା ନିମନ୍ତେ ଯୋଗାଇ ଦିଆଯାଇଥିବା ଏ.୪୩.୦୫୦ଡି. ସରକାରୀ ଜମି ବାବଦରେ ଦେବାକୁ ଥିବା ଇନ୍ସିଡେଣ୍ଟାଲ ଚାର୍ଜେସ୍ ଓ ଦଖଲ ଦିଆଯାଇଥିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଲାଗୁ ହେଉଥିବା ବାର୍ଷିକ ଭୂ-ରାଜସ୍ବ ଓ ବାର୍ଷିକ ସେସ୍ ଓ ସମସ୍ତ ବକେୟା ଦେୟ ଉପରେ ସୁଧ ଛାଡ କରିବା ନିମନ୍ତେ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏବଂ ଟାଟା ଷ୍ଟିଲ୍ ଲିମିଟେଡ୍ କୁ ଉକ୍ତ ଜମିକୁ ଲିଜ୍ ରେ ନେବା ନିମନ୍ତେ ବର୍ତ୍ତମାନ ଠାରୁ ରିହାତି ମୂଲ୍ୟରେ ଏକର ପ୍ରତି ଟ.୧୦୦/- ହିସାବରେ ବାର୍ଷିକ ଭୂ-ରାଜସ୍ବ ଓ ଭୂ-ରାଜସ୍ବର ୭୫ ଶତକଡା ହିସାବରେ ବାର୍ଷିକ ସେସ ଦେବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଗତ ଜୁନ ମାସରେ ଉଚ୍ଚ ନ୍ୟାୟାଳୟ ରେ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରାଯାଇ ରାଜ୍ୟ ସରକାରଙ୍କ ମେଡିକାଲ ନେଇ ସଠିକ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଖଜଣା ଛାଡ,ଖଜଣା ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇ ଟାଟାକୁ ଉକ୍ତ ମେଡିକାଲ ବିକ୍ରି କରିବା ନିଷ୍ପତ୍ତି କୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବିରୋଧ କରାଯାଇଥିଲା। ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଟାଟା ସୁପର ସ୍ପେସିଆଲିଷ୍ଟ ହସପିଟାଲ କାର୍ଯ୍ୟକ୍ଷମ କରାଇବାକୁ ସାଧାରଣ ରେ ଦାବି ହେଉଛି।

More Stories