Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃନ୍ଦାବାହାଲ ଛକ ନିକଟରେ ସଡ଼କ ଦୁର୍ଘଟଣା : ଜଣେ ମୃତ ଜଣେ ଗୁରୁତ୍ୱର

କଳାହାଣ୍ଡି, ୧୫/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଥାନା ବିଜୁ ଏକ୍ସପ୍ରେସ ୱେ ବୃନ୍ଦାବାହାଲ ଛକ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି । ସୂଚନା ମତେ ଶନିବାର ସକାଳ ୭ ଟା ସମୟରେ କୋକସରା ବ୍ଲକ ଟେମରା ଏବଂ ଜୟପାଟଣା ବ୍ଲକ୍ ଦୁଲୁକି ବନ୍ଦ୍ ଗ୍ରାମର ଟୁ ନି ନାଏକ(୪୭ ) ହେମରାଜ୍ ନାଏକ (୫୦) ଓ ପୂଜା ନାଏକ(୧୭) କୌଣସି କାମରେ ଯାଇ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ରାହ୍ମଣ ପଡ଼ାରୁ ନିଜ ଗ୍ରାମକୁ ଏକ ସ୍କୁଟି ଯୋଗେ ଫେରିଥିଲେ । ଏହି ସମୟରେ ଗୋଲାମୁଣ୍ଡା ବ୍ଲକ୍ ବୃନ୍ଦା ବାହାଲ ଛକ ନିକଟରେ ପଛପଟୁ ଏକ ହାଇୱା ଗାଡ଼ି ଧକ୍କା ଦେଇ ଥିଲା ଫଳରେ ତିନି ଜଣ ଛିଟିକି ପଡ଼ି ଗରୁତ୍ୱର ଆହତ ହୋଇଥିବା ବେଳେ ପୂଜା ନାଏକ (୧୬) ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଗୂରୁତ୍ୱର ଦୁଇ ଜଣକୁ ଧର୍ମଗଡ଼ ମେଡ଼ିକାଲ ରେ ଭର୍ତି କରିଥିଲେ । ଏ ନେଇ ପରିବାର ଲୋକେ ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ମୃତ ଦେହ ଜବତ କରି ତଦନ୍ତ ଚାଲିଥିବା ପ୍ରକାଶ କରିଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ