Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ମେରୀ ମାଟି ମେରା ଦେଶ ଉପଲକ୍ଷେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୫/୧୦ : ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ” ମେରୀ ମାଟି ମେରା ଦେଶ “ଉପଲକ୍ଷେ ବିଶାଳ କଳସ ଯାତ୍ରାର ଆୟୋଜନ କରାଯାଇଛି | ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ରାଜକିଶୋର ପଣ୍ଡିତ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନା ବିଭିନ୍ନ ଅଞ୍ଚଳରୁ ଆସିଥିବା ମାଟିକୁ କଳସରେ ଭରି ସ୍ବେଛାସେବୀଙ୍କ ହାତରେ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |
ଅମୃତ କଳସ ଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ନକ୍ଟିଗୁଡା ଦେଇ ଟିଭିସେଣ୍ଟରପଡ଼ା ଅତିକ୍ରମ କରି ପୁଣି ମହାବିଦ୍ୟାଳୟକୁ ଫେରିଥିଲେ |ଶତାଧିକ ସ୍ବେଛାସେବୀଙ୍କ ସହ କାର୍ଯ୍ୟକ୍ରମ ଅଧିକାରୀ ଡ. ପ୍ରତାପ କୁମାର ସେନାପତି, ଶଙ୍କର ଦଳାଇ, ସୁଚିଲତା ଜେନା, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ, କର୍ମଚାରୀଙ୍କ ସହାୟତା ରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପିତ ହୋଇଥିଲା |