Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଆରଶୁଣି ପଞ୍ଚାୟତରେ ମନ ରେଗା ଦୁର୍ନୀତି

ଭବାନୀପାଟଣା, ୧୫/୧୦(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦୁଆରସୁଣୀ ପଞ୍ଚାୟତ ରେ ମନ ରେଗାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ରୁ ଜଣାଯାଇଛି ଯେ ସଦର ବ୍ଲକ ଅନ୍ତର୍ଗତ ଦୁଆରଶୁଣି ପଞ୍ଚାୟତରେ ମନ ରେଗା ଯୋଜନା ରେ ପଞ୍ଚାୟତ ଠାରୁ ନୂତନ ହସ୍ପିଟାଲ ପର୍ଯ୍ୟନ୍ତ ୮ ଲକ୍ଷ ୧୪ ହଜାର ୪୦୨ ଟଙ୍କା ବ୍ୟୟ ଅଟକଳ ରେ ରାସ୍ତା ନିର୍ମାଣ ହୋଇଛି । ଏହି ରାସ୍ତା ନିର୍ମାଣ ରେ ୪ ଲକ୍ଷ ୨୨ ହଜାର ୮୦୩ ଟଙ୍କା ଅଣ କୁଶଳୀ ଙ୍କୁ ଶ୍ରମିକ ଙ୍କୁ ପ୍ରାପ୍ୟ, ସାମଗ୍ରୀ କିଣା ରେ ୬ ଲକ୍ଷ ୩୬ ହଜାର ୩୦୯ ଟଙ୍କା ଖର୍ଚ୍ଚ ହୋଇଛି ଦୈନିକ ମଜୁରୀ ୩୪୫ ଟଙ୍କା ହିସାବରେ ମୋଟ ୧୨୯୬ ଜଣ ଶ୍ରମିକଙ୍କୁ ନେଇ ଏହି କାର୍ଯ୍ୟ ହୋଇଛି ବୋଲି ନାମ ଫଳକ ରୁ ଜଣା ଯାଇଛି
। ହେଲେ ଜନ ସାଧାରଣ ରୁ ଅଭିଯୋଗ ହୋଇଛି ଯେ ଏହି ମନ ରେଗା କାର୍ଯ୍ୟରେ କିଛି ହାତ ଗଣତି ଶ୍ରମିକ ଙ୍କୁ ନେଇ ୫ ଦିନରେ ଏହି କାର୍ଯ୍ୟ ଶେଷ ହୋଇଛି ।
ଏହି ରାସ୍ତା କାମ ପାଇଁ କେବଳ ରୁଗୁଡ଼ି ଓ ମେଟାଲ ବ୍ୟବହୃତ ହୋଇଛି । ତଥାପି ନିମ୍ନମାନର କାମ ଯୋଗୁ ରାସ୍ତା ଖରାପ ହୋଇଗଲାଣି । ରାସ୍ତା କାମ ଅଧ ପନ୍ତରିଆ ହୋଇଥିବା ବେଳେ ବିଲ ହୋଇଯାଇଥିବା ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି
। ଏହି ମନ ରେଗା କାର୍ଯ୍ୟ ର ଦୁର୍ନୀତିକୁ ନେଇ ଭିଜିଲାନ୍ସ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣ ରେ ଦାବୀ ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ