Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସାମାଜିକ ସୁରକ୍ଷା ଭତ୍ତା ୨୫୦୦ଟଙ୍କା ଦାବି

କଳାହାଣ୍ଡି, ୧୫/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ ନଂ- ୧୩ର ଆମ୍ବ ଗଛ ପଡାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ
( ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା, ନାରୀ ନେତ୍ରୀ କବିତା ରାଉତ, ନିରୋଦ କୁମାର ରାଉତ ଓ ସୌମ୍ୟରଞ୍ଜନ କର ) ତରଫରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ, ବିଧବା ମାସିକ ଭତ୍ତା ୫୦୦ରୁ ୨୫୦୦ଟଙ୍କା ଏବଂ ଭିନ୍ନକ୍ଷମ, ୮୦ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ ମାସିକ ଭତ୍ତା ୭୦୦ରୁ ୩୦୦୦ଟଙ୍କା କରିବା ତଥା ସମସ୍ତ ବେସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରିବା ପାଇଁ ଓଡିଶା ସରକାର ନିକଟରେ ଦାବି ନିମନ୍ତେ ଆଜିର ଦସ୍ତଖତ ଅଭିଯାନ ହେଇଥିଲା । ଏହି ଆନ୍ଦୋଳନକୁ ଆଗକୁ ବଢାଇବା ପାଇଁ ଆପଣମାନଙ୍କ ସହଯୋଗ ନିତ୍ଯାନ୍ତ ଆବଶ୍ଯକ।
‘#୫୦୦_ଟଙ୍କାରେ_ଚଳିବୁ_କେମିତି?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ