Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ବ୍ଲକ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଂଘର ବୈଠକ

କଳାହାଣ୍ଡି, ୧୬/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଂଘ ଦ୍ୱାରା ସମସ୍ତ ରେମିଡ଼ିଆଲ ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ନେଇ ବୋଡେ଼ନ ବଜାର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନା ମତେ ଓଡ଼ିଶାରେ ଶିକ୍ଷକର ଅଭାବ ଥିବା ସମୟରେ ରାଜ୍ୟରେ ଶିକ୍ଷାଦାନ ପ୍ରତି ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ନେପଜଲ ସ୍କିମ ମାଧ୍ୟମରେ ଓଡ଼ିଶାରେ ରାଜ୍ୟ ସରକାର କେବିକେ ଜିଲ୍ଲାରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ସନ ୨୦୦୬-୨୦୦୭ ମସିହାରେ ଏନ.ପି.ଇ.ଜି. ଇ.ଏଲ ସ୍କିମ ଜରିଆରେ ମାଳତୀ ଚୌଧୁରୀ ବିକାଶ କେନ୍ଦ୍ର ଜରିଆରେ ସରକାରଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଭି.ଇ.ସି କମିଟି ଓ ସି.ଏଲ.ସି.ସି ସଦସ୍ୟ ମାନଙ୍କ ସୁପାରିଶ କ୍ରମେ ୩ମାସ ଲେଖାଏଁ ମାସକୁ ୫୦୦ଟଙ୍କା ବେତନରେ ସକାଳ ଘ.୧୦ ରୁ ଅପରାହ୍ନ ୪ଟା ଯାଏ ଶିକ୍ଷାଦାନ ଦେବା ପାଇଁ ନିଯୁକ୍ତି ଦିଆ ଯାଇଥିଲା । ଓ ପରେ ୨୦୧୧ ମସିହାରେ ଛଟେଇ କରାଯାଇଥିଲା । ତେଣୁ ନିଯୁକ୍ତି ହୋଇଥିବା ସମସ୍ତ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ ବିବେଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀଭେନ୍ସ ରେ ତା -୨୪/୧୧/୨୦୧୨ ରେ.ନଂ.- ସି.ଏମ. ଓ ଏଫ.ଏଫ/ପି/୨୦୧୨/୦୩୯୪୯ ଲିଖିତ ଜଣାଇବା ପରେ ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥୋରେଟି ଶିକ୍ଷା ସୌଧ ଭୁବନେଶ୍ୱର ଚିଠି ନଂ- ୧୧୨୧୯(୭)/ଜି. ଇ/୧୨ ତା-୧୦/୧୨/୨୦୧୨ ରେ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କ ଷ୍ଟାଟସ ରିପୋଟ କେବିକେ ଜିଲ୍ଲା କଳାହାଣ୍ଡି,ନବରଙ୍ଗପୁର, କୋରାପୁଟ, ରାୟଗଡା,ନୂଆପଡା, ବଲାଙ୍ଗୀର, ସୋନପୁର ଗୁଡିକର ଡ଼ିପିସି ମାନଙ୍କୁ ରିପୋଟ ମାଗିଥିଲେ । ତଥାପି ଆଜି ଯାଇ ଛଟେଇ ଶିକ୍ଷକ ମାନଙ୍କୁ କୌଣସି ସୁଫଳ ମିଳିଲା ନାହିଁ । ତେଣୁ ଗତ ୨୧ମେ ୨୦୨୩ ଦିନ ଓଡିଶା ସରକାରଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ ଧର୍ମଗଡ଼ ଗସ୍ତ ସମୟରେ ଧର୍ମଗଡ଼ ବ୍ଲକ ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ସଙ୍ଘ ତରଫରୁ ଛଟେଇ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ କାର୍ଯ୍ୟ କରିବା ଅନୁମତି ଦେବା ପାଇଁ ଲିଖିତ ଜଣାଇଥିଲେ । ପରେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଧର୍ମଗଡ଼ ରେମିଡ଼ିଆଲ ଶିକ୍ଷକ ସଙ୍ଘ ଦ୍ୱାରା ଛଟେଇ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ନିୟମିତ ଶିକ୍ଷକ ଭାବେ ପରି ଗଣିତ କରିବା ପାଇଁ ଏକ ଦାବି ଜଣେଇ ଥିଲେ । ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଧର୍ମଗଡ଼ ରେମିଡ଼ିଆଲ ଶିକ୍ଷକ ସଂଘର ଦରଖାସ୍ତକୁ ବିଚାର କରିବା ପାଇଁ ଓଡିଶା ସରକାରଙ୍କ ପ୍ରଜେକ୍ଟ ଡାରେକ୍ଟରଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେମିଡ଼ିଆଲ ଶିକ୍ଷକ ସୁଧୀର ଗୋପାଳ, ରୋହିତ ଛତ୍ରୀଆ,ପ୍ରଦୀପ ନାଏକ,ସୁରମା ବାଗ,ଭୂମିସୁତା ଦୁର୍ଗା, ହାରାମଣି ନାଏକ,ସରିତା ସେନାପତି,ଅନୁଛୟା ପୁଝାରି, ଲଳିତା ଗୋପାଳ, ପ୍ରଭାସିନୀ ସେନାପତି,ବନିତା ମାଝୀ, ଅମ୍ବିକା ସାଗର,ତପଶ୍ୱନି ନାଏକ, ପ୍ରମିଳା ସୁନାନୀ, ପୁଣ୍ୟବତୀ ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।ଶିକ୍ଷକ ଅଭାବ ସମୟରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷା ଦାନ କରିଥିବା ରେମିଡ଼ିଆଲ, ପାର୍ଟ ଟାଇମ ଶିକ୍ଷକ ମାନଙ୍କୁ ସରକାର ପୁନଃ ନିଯୁକ୍ତି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହ ସାଧାରଣରେ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ