Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମିଳିଗୁଡାର ବିଭିନ୍ନ ୱାର୍ଡ ରେ କଂଗ୍ରେସର ପଦଯାତ୍ରା

ସେମିଳିଗୁଡା : କୋରାପୁଟ ଜିଲ୍ଲା ସେମିଳିଗୁଡା ସହର ରେ ଥିବା ବିଭିନ୍ନ ୱାର୍ଡ ରେ ରବିବାର କଂଗେସ ପଦଯାତ୍ରା କରି ଥିଲେ।ସୁନାବେଡା ପୌରାଞ୍ଚଳରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ନଗର ସଭାପତି ନରେନ୍ଦ୍ର ସମାରେଡିଙ୍କ ନେତୃତ୍ୱରେ ପେଟକଣା ଗ୍ରାମର ଗ୍ରାମଦେବତା ନିଶାଣୀ ଠାରେ ପୂଜାର୍ଚନା କରି ଯାତ୍ରା ଶୁଭାରମ୍ଭ କରି ଥିଲେ । କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ଶଙ୍କର ସାହୁ, ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଯୋଜକ ଶ୍ରୀ ରୂପକ ତୁରୁକ, ପୂର୍ବତ୍ତନ ବିଧାୟକ ରାମଚନ୍ଦ୍ର କାଡାମ, ମାଲକାନଗିରି ପୂର୍ବତ୍ତନ ବିଧାୟକ ନିମାଇଁ ସରକାର ,ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନୀ ,ନଗର କଂଗ୍ରେସ ଉପସଭାପତି ମହେଶ ଚେଟି ,ଦୁସ ବାରିକ, ପିଣ୍ଟୁ କର, ଲଇଚନ ଲମତାପୁଟ ବ୍ଲକର ସାଂସଦ ପ୍ରତିନିଧି ରାମ ପାଙ୍ଗି ସେମିଲିଗୁଡା ବ୍ଲକ ସଭାପତି ସନିଆ ମାଝୀ ଉପସ୍ଥିତ ରହି ପେଟକଣା ଠାରୁ ସେମିଲିଗୁଡା ସହର ରେ ବିଭିନ୍ନ ଅଞ୍ଚଳ ସହ ହାଟ ବଜାର ବାଇକ ରାଲି ଓ ପଦଯାତ୍ରା କରିଥିଲେ। ଦୋରା ସାହି, ତଳ ସାହି, ଉପର ସାହି, କୋଡ଼ିଗାଁ, ଜାନିଗୁଡା ,ବିଲେଇଗୁଡ଼ା ରେ ପ୍ରଚାର ପ୍ରସାର କରାଗଲା l ଘରେ ଘରେ କଂଗ୍ରେସ ଘରେ ଘରେ ହାତ , କଂଗ୍ରେସ ଜିନ୍ଦାବାଦ ସ୍ଳୋଗାନ ଦେଇ କାର୍ଯକ୍ରମ କୁ ସଫଲ କରିଥିଲେ
କୋରାପୁଟ ରୁ ରାଜେନ୍ଦ୍ର ଧଡକା. ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ