Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଗଣା ସ୍ୱାସ୍ଥ୍ୟ ଶିବିର

ସେମିଳିଗୁଡା: କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକର ପଞ୍ଚାୟତ ଅନ୍ତର୍ଗତ ଆଲିଗାଁ ଠାରେ ରବିବାର ଦିନ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହାଇଯାଇଛି। କଟକ ର ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଲିଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୪୮ତମ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା। ମୂଖ୍ୟ ଅଥିଡି ବାବେ ଦକ୍ଷିଣଅଞ୍ଚଳ ଡି ଈ ଜି ଚରଣସିଂ ମୀନା ଯୋଗ ଦେଇ ଶିବିର କୁ ଆରମ୍ବ କରିଥିଲେ।ଭାରପ୍ରାପ୍ତ ଜିଲ୍ଲାପାଳ ଗୌରବ ଶିବାଜି ଇସାଲବୱାର, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ନାୟକ,ଅନୁଷ୍ଠାନ ପ୍ରତିନିଧି ମାନେ ଯୋଗ ଦେଇ ଥିଲେ।ଶିବିର ରେ କଟକ,ଭୁବନେଶ୍ୱର,କୋରାପୁଟ ଅଞ୍ଚଳ ର ୨୫ ଜଣ
ଡକ୍ଟର ଙ୍କ ଦ୍ଵାରା ଶତାଧିକ ଲୋକ କୁ ଚିକିତ୍ସା ଓ ପରୀକ୍ଷା କରି ମାଗଣା ରେ ଔଷଧ ଦେଇ ଥିଲେ।ବିଭିନ୍ନ ରୋଗ ରୁ କି ପରି ମୁକ୍ତି ପାଇବା ସେହି ନିମନ୍ତେ ଲୋକ ଙ୍କୁ ସଚେତନତା କରିଥିଲେ।କଟକ ର ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ୨୦୦୪ ରେ ଆରମ୍ଭ କରି ରାଜ୍ୟ ରେ ଉପାନ୍ତ ଅଞ୍ଚଳରେ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଥିବା ଲୋକ କୁ ଆଧୁନିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବ ଉଦେଶ୍ୟ ରେ ବିଭିନ୍ନ ଅଞ୍ଚଳ ରେ ୪୮ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରି ସ୍ଵାସ୍ଥ୍ୟ ସେବା କରୁ ଥିବା ଆୟୋଜକ ସୂଚନା ଦେଇଥିଲେ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ