Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ମାଟି ମୋ ଦେଶ ପାଇଁ ଭାଜପା ପକ୍ଷରୁ କୋକସରା ଠାରେ ସଂଗୃହିତ ମାଟି ହସ୍ତାନ୍ତର।

କୋକସରା:୧୬/୧୦ ଦେଶ ର ବିର ସହିଦ ଯବାନ ଙ୍କ ସ୍ମୃତି ରେ ଦିଲ୍ଲୀ ଠାରେ ଏକ ଅମୃତ ବାଟିକା ନିର୍ମାଣ ହେବ, ଏଥିପାଇଁ ଦେଶ ର ବିଭିନ୍ନ ପ୍ରାନ୍ତଃ ରୁ ମାଟି ସଂଗ୍ରହ କରାଯାଇଛି।ସୋମବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୋକସରା ବ୍ଲକ କୋକସରା ସଦର ମହକୁମା ଠାରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କୋକସରା ବ୍ଲକ ପ୍ରଭାରୀ ଦାୟିତ୍ୱ ରେ ଥିବା ଭାଜପା ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କୋକସରା ବ୍ଲକ ର କୋକସରା, ମୋଟେର ଓ ଆମପାଣି ମଣ୍ଡଳ ର କର୍ମକର୍ତ୍ତା ମାନେ ଯୋଗଦେଇ ସଂଗୃହିତ ମାଟି କୁ ଏକ ଶୋଭାଯାତ୍ରାରେ ବାହାରି ମାଟି ସଂଗ୍ରହ ର ଉଦ୍ଦେଶ୍ୟ ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ। ପରେ ହନୁମାନ ମନ୍ଦିର ନିକଟରେ ସଂଗୃହିତ ମାଟି କୁ ଭୁବନେଶ୍ୱର ଓ ସେଠାରୁ ଦିଲ୍ଲୀ ପଠାଇବା ପାଇଁ ବରିଷ୍ଠ ବିଜେପି ନେତା ଜନାର୍ଦ୍ଦନ ପଣ୍ଡା ଓ ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ ମାଟି କଳସ କୁ ହସ୍ତାନ୍ତର କରିଥିଲେ।କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର,କୋକସରା ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, କୋକସରା ମଣ୍ଡଲ ସମ୍ପାଦକ ତ୍ରିନାଥ ଶବର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ନରେନ୍ଦ୍ର ପ୍ରଧାନୀ, ନାନକ ଅଗ୍ରୱାଲ, ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି,ଜବାହାର ଲାଳ ପ୍ରଧାନୀ, ନୀଳକଣ୍ଠ ମାଝୀ,ସୁଜିତ ସିଂ ରାଜପୁତ, ଉପ ସଭାପତି ଗୋପାଳ ଅଗ୍ରୱାଲ, ସମ୍ପାଦକ ମନୋଜ ନାଏକ ଓ ଦଲୀୟ କର୍ମି ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories