Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ଜନ୍ମ ଦିନ ଅବସରରେ ସଦର ମହକୁମା ମୁଖ୍ୟ ଡାକ୍ତରଖାନା ଠାରେ ଶିଶୁ ବିଭାଗରେ ଫଳ ବଣ୍ଟନ

କଳାହାଣ୍ଡି, ୧୬/୧୦ (ଜଗନ୍ନାଥ ନାଏକ) : ଆଜି କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ଜନ୍ମ ଦିନ ଅବସରରେ ସଦର ମହକୁମା ମୁଖ୍ୟ ଡାକ୍ତରଖାନା ଠାରେ ଶିଶୁ ବିଭାଗରେ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଛାତ୍ର ବିଜେଡ଼ି ଉପସଭାପତି ଅଭିଷେକ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ଅଜିତ କୁମାର ସାହୁ, ରାଜ୍ୟ ଯୁବ ବିଜେଡି ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ଜିତେନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ଉଦୟ ସୁନାନୀ, ରୋମାଞ୍ଚଳ ମେହେର,ଛାତ୍ର ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲାଲବହାଦୁର ନାଏକ, ପ୍ରେମ ତାଣ୍ଡି, ନବୀନ ନାୟକ, ବିକାଶ ଠାକୁର, ପ୍ରବୀଣ ନାଏକ, ଅଙ୍କିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l