Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା କଡରେ ହାଇୱା ରଖିଥିବା କାରଣରୁ କାର ଦୁର୍ଘଟଣା…. ….. ଅଳ୍ପକେ ବର୍ତିଲେ ଦମ୍ପତି..

ଲକ୍ଷ୍ମୀପୂର ୧୮.୧୦ … ରାସ୍ତା କଡରେ ରଖାଯାଇଥିବା ଏକ ହାଇୱା ଯୋଗୁଁ  ମୋଟର ସାଇକଲ କୁ ସାଇଡ ଦେବାକୁ ଯାଇ ହାଇୱା ପଛ ପଟେ କାର ଟି ପସିଯାଇ ଏକ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।ଏକ କାର ରାୟଗଡା ପଟୁ ଆସୁଥିବା ବେଳେ ଅନ୍ୟ ଜଣେ ମୋଟର ସାଇକଲ ସମୁଖରେ ଆସିଯିବାରୁ ମୋଟର ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡରେ ଥିବା ହାଇୱା କୁ ଧକା ଦେଇ କାର ଦୁର୍ଘଟଣା ହୋଇ କାର ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ବୃଦ୍ଧ ଦମ୍ପତି କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଖଣି ପରିବହନ ରେ ନିୟୋଜିତ ହୋଇଥିବା ହାଇୱା ଗାଡି ଗୁଡିକ  କିଛି ଦିନ ସକାଶେ ଖଣି ପରିବହନ ବନ୍ଦ ହୋଇ ଗଲେ ହାଇୱା ଗାଡି ଗୁଡିକ ଆଣି ୩୨୬ନମ୍ବର ଜାତୀୟ ରାଜପଥ କଡରେ ରଖି ଦେଉଛନ୍ତି, କେବଳ ଜାତୀୟ ରାଜପଥ ନୁହଁ ବରଂ ନାରାୟଣପାଟଣା, ଅମ୍ବାଗୁଡା, ଓ ମେଡିକାଲ ରାସ୍ତା ର କଡରେ ରଖି ଦେଉଛନ୍ତି। ରାସ୍ତା କଡରେ ଅନେକ ଦିନ ପର୍ଯ୍ୟନ୍ତ ହାଇୱା  ଗାଡି ଗୁଡିକ ରଖାଯାଉଥିବା ରୁ ଅନ୍ୟ ଗାଡି ଗୁଡିକକୁ ସାଇଡ ଦେବାକୁ ଅସୁବିଧା ହଉଥିବା ରୁ ଅନେକ ସମୟରେ ଦୁର୍ଘଟଣା ଗୁଡିକ ଘଟୁଛି। ପେଟ୍ରୋଲିଂ ନାମ ରେ ଲକ୍ଷ୍ମୀପୁର ପୋଲିସ ବାରମ୍ବାର ବୁଲୁଥିଲେ ସୁଧା ଏଥି ପ୍ରତି ଦୃଷ୍ଟି ନଦେବା ଦୁଃଖର ବିଷୟ ବୋଲି  ଆଲୋଚନା ହେବା ସହ ସାଧାରଣ ରେ ଏହାକୁ ନିନ୍ଦା ମଧ୍ୟ କରୁଛନ୍ତି।ଲକ୍ଷ୍ମୀପୂର ପୋଲିସ ଏଥି ପ୍ରତି ଧ୍ୟାନ ଦେବାକୁ ସାଧରଣରେ ଦାବୀ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ