Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ  ସୁରଭି ଅନୁଷ୍ଠିତ…ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଉଚ୍ଚକୋଟିର  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ।

ଲକ୍ଷ୍ମୀପୂର ୧୮.୧୦ … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରବ୍ଲକ ସଦର ମହକୁମା ର ସରକାରୀ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ବେହେରା,ଏବିଈଓ ମାନସ ମୁଖାର୍ଜୀ, ପ୍ରିୟମ୍ବଦା ପାତ୍ର,ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା  ଉପସ୍ଥିତ ରହି ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବ୍ଲକ ର ୧୧ଟି କ୍ଲଷ୍ଟର ରୁ ବିଭିନ୍ନ ଇଭେଣ୍ଟ ର ପାରଦର୍ଶିତା କରିଥିବା ଛାତ୍ର ଛାତ୍ରୀ ମାନେ ବ୍ଲକ ସ୍ତରର ସୁରଭି କାର୍ଯ୍ୟ କ୍ରମ ରେ ଯୋଗଦେଇଥିଲେ। ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଅବିଶ୍ୱସନିୟ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦିନତମାମ ବିଭିନ୍ନ ଇଭେଣ୍ଟ ର କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗୁରେଶ୍ୱର ଭୋଇ, ସମ୍ମାନିତ ଅତିଥି ଭାବେ ଆଇଆଇସି ସୁଜ୍ଞାନୀ ସାହୁ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।   ଦଳଗତ ତଥା ବ୍ୟକ୍ତି ଗତ ଭାବେ ବ୍ଲକ ସ୍ତରରେ  ପ୍ରଥମ ସ୍ଥାନ ଅଧିକାର କରିଥବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।    କାର୍ଯ୍ୟକ୍ରମ କୁ  ବ୍ଲକ ର ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ଶିକ୍ଷକ ସୁରେନ୍ଦ୍ର କୁଲଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ। ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗୌଡ଼ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଡୁମୁରିପଦର ଉଚ୍ଚ ପ୍ରାଥମିକ ସ୍କୁଲ ଦ୍ୱିତୀୟ ଓ କାନୀମୂଷା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ କ୍ରମ ଶେଷରେ ଶିକ୍ଷକ ଗୋଲୋକ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।