Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତ୍ରୀ ପୂଜା ଭଟ୍ଟ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନାର ପ୍ରକୋପ ସାରା ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ରାଜଧାନୀ ଦିଲ୍ଲୀରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥି ସହିତ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କରୋନା କାୟା ମେଲାଇ ସାରିଲାଣି। ନିକଟରେ ବଲିଉଡ୍‌ର ବରିଷ୍ଠ ଅଭି‌ନେତ୍ରୀ କିରଣ ଖେର୍‌ କରୋନା ସଂକ୍ରମିତ ହେଇଥିଲେ। ଏ ନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଥିଲେ।

ଏହାପରେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀ କରେନା ଶିକାର ହୋଇଛନ୍ତି। ଅଭିନେତ୍ରୀ ପୂଜା ଭଟ୍ଟ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ପୂଜା ଭଟ୍ଟ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘କରୋନା ଆରମ୍ଭ ହେବାର ୩ ବର୍ଷ ପରେ ମୁଁ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛି। ‌ଏହାସହ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଟୀକାକରଣ ସତ୍ତ୍ବେ ବି ପିଛା ଛାଡୁନି କରୋନା। ସେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ମଧ୍ୟ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ