Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋ ସେବା କେନ୍ଦ୍ରକୁ ସଂଶ୍ଲିଷ୍ଟ ରଖିବା ପାଇଁ ୮ ଦଫା ଦାବି ପତ୍ର ଘୋଷଣା

କଳାହାଣ୍ଡି, ୧୯/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ରେ ମୋ ସେବା କେନ୍ଦ୍ର ଜିଲ୍ଲା ଭି.ଏଲ୍.ଇ ସଂଘ ପକ୍ଷରୁ ଭବାନିପାଟଣା ମାଁ ମାଣିକେଶ୍ଵରୀ ମନ୍ଦିର ରେ ମାଁ ଙ୍କୁ ଦର୍ଶନ କରି ସାରିବା ପରେ ମୁକ୍ଷ୍ୟ ଜିଲ୍ଲା ପାଲ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ମୋ ସେବା କେନ୍ଦ୍ର ଜିଲ୍ଲା ଭି.ଏଲ୍.ଇ ସଂଘ କଳାହାଣ୍ଡି ସଦସ୍ୟ ସଦସ୍ୟା ମାନେ ରାଲି କରିବାର ଉଦ୍ଦେଶ୍ୟ ହେଉଛି ବିଗତ ୩ ବର୍ଷ ରୁ ଉର୍ଦ୍ଧ ହେଲା ମୋ ସେବା କେନ୍ଦ୍ର ସରକାରଙ୍କ ଜରିଆରେ ପ୍ରତି ଗ୍ରାମ ପଞ୍ଚାୟତ ରେ ଜନସାଧାରଣଙ୍କ କାର୍ଯ୍ୟ କରି ଆସୁଥିବା ବେଳେ ବିଗତ କିଛି ଦିନ ହେଲା ଜନସାଧାରଣଙ୍କ କୌଣସି କାର୍ଯ୍ୟ ମୋ ସେବା କେନ୍ଦ୍ର ଜରିଆରେ ହେଉନଥିବାରୁ ମୋ ସେବା କେନ୍ଦ୍ର ଅଧିକାରୀ ମାନେ ବେକାରୀ ହୋଇ ପଡ଼ି ରହିଛନ୍ତି ବଳି ମୋ ସେବା କେନ୍ଦ୍ର ଅଧିକାରୀ ଙ୍କ ତରଫରୁ ସରକାରଙ୍କୁ ୮ଟି ଦାବି ପାଇଁ ଜିଲ୍ଲାପାଲଙ୍କୁ ଦାବି ପତ୍ର ଦେଇଛନ୍ତି । ସରକାର ବେକାରୀ ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ନେଇ ଥିଲେ ଆଉ ଏବେ ସମସ୍ତ ମୋ ସେବା କେନ୍ଦ୍ର ଅଧିକାରୀ ମନକୁ ବେକାରୀ ସମସ୍ୟା ଭିତରେ ଠେଲି ଦେଇ ବିଶ୍ୱାସ ଘାତକତା କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ମୋ ସେବା କେନ୍ଦ୍ର ଭି.ଏଲ.ଇ. ସଙ୍ଘ ସଭାପତି , ଯଶୋବନ୍ତ ନାରାୟଣ ବେହେରା, ସମ୍ପାଦକ ସଞ୍ଜୟ ସରାଫ , କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ସାହୁ ତଥା ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ମୋ ସେବା କେନ୍ଦ୍ର ପରିଚାଳକ ଉପସ୍ଥିତ ଥିଲେ