ରେଣ୍ଡୋ ମାଝୀ ସାଂସ୍କୃତିକ ଭବନ ଠାରେ ବ୍ଲକ ସ୍ତରୀୟ ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମ


କଳାହାଣ୍ଡି, ୧୯/୧୦ (ଜଗନ୍ନାଥ ନାଏକ) : ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଙ୍କ ତତ୍ୱାବଧାନ ରେ ଆଜି ଜୁନାଗଡ଼ ସ୍ଥିତ ସହିଦ ରେଣ୍ଡୋ ମାଝୀ ସାଂସ୍କୃତିକ ଭବନ ଠାରେ ବ୍ଲକ ସ୍ତରୀୟ ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଜୁନାଗଡ଼ ଏନ. ଏସ. ସି. ଅଧ୍ୟକ୍ଷ ଶ୍ରୀ ମୁକେଶ ଅଗ୍ରୱାଲ, ପଦ୍ମଶ୍ରୀ ପଟାୟତ ସାହୁ, ଅଶୋକ ପଟନାୟକ, ଦିବ୍ୟ ଦୀପ,ମନୋଜ ମେହେର, କାଞ୍ଚନା ବାଗ, ପ୍ରିୟବ୍ରତ ବାଣୁଆ,ଗଣେଶ ନାଏକ ପ୍ରମୁଖ ଯୋଗଦେଇଥିଲେ l
ଜୁନାଗଡ଼ ର ପଞ୍ଚାୟତ କଲେଜ, ଶ୍ରୀ ଗଣେଶ କଲେଜ ଓ ଅନ୍ୟାନ୍ୟ କଲେଜ ସହ ବ୍ଲକ ର ବିଭିନ୍ନ କ୍ଲବ ରୁ ପ୍ରାୟ ୭ସହ ଛାତ୍ର /ଛାତ୍ରୀ, କ୍ଲବ ସଦସ୍ୟ ଯୋଗଦେଇଥିଲେ l ସର୍ବ ପ୍ରଥମେ ଜୁନାଗଡ଼ ବ୍ଲକ ପରିସର ରୁ ଏକ ରେଲି ବାହାରିଥିଲା l ଏହାକୁ ଜୁନାଗଡ଼ ଏନ. ଏସ. ସି ମୁକେଶ ଅଗ୍ରୱାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରାଲି ରେ ସମସ୍ତେ ଯୋଗଦେଇ ବ୍ଲକ ରୁ ଷ୍ଟାଡିୟମ ପ୍ରଯ୍ୟନ୍ତ ରାଲି ଅନୁଷ୍ଠିତ ହୋଇଥିଲା l ରାସ୍ତାରେ ଯିବା ସମୟ ରେ ମାଟି, ଚାଉଳ ପ୍ରଭୁତି ଯିଏ ଯାହା ଦେଲେ ତାହା ହାଣ୍ଡିରେ ଭର୍ତି କରାଯାଉଥିଲା, ଯାହା ଆଗାମୀ ୨୯ ତାରିଖ ଦିନ ଦିଲ୍ଲୀ ଯିବ l ପରେ ରେଣ୍ଡୋ ମାଝୀ ସଂସ୍କୃତି ଭବନ ରେ ଏକ ରଙ୍ଗାରାଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସମୟ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମାଟିହାଣ୍ଡି ସବୁ ଅତିଥି ମାନେ ଗ୍ରହଣ କରିଥିଲେ l ପରେ ଅତିଥି ମାନଙ୍କ ଦ୍ୱାରା ସହିଦ ଟେକଚାନ୍ଦ ହରିଜନ ଙ୍କ ପରିବାର ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ନେହରୁ ଯୁବକେନ୍ଦ୍ର ସଂଗଠନ ର ସଦସ୍ୟ ମମତା ପ୍ରଧାନ, ଯଶୋବନ୍ତ ରଣା, ବୁଲୁ ପ୍ରଧାନ, ମହେନ୍ଦ୍ର ନାଏକ, ହେମ ସାଗର ସାହୁ, ମିଳନ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l