Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଭିତରୁ ସୌରଶକ୍ତିରୁ ମିଳୁଛି ୫୨୫ ନିୟୁତ ୟୁନିଟ୍‌, ବାହାରୁ ୪୩୩

ଭୁବଶ୍ବେର: ରାଜ୍ୟରେ ୪୩୬ ମେଗାୱାଟ କ୍ଷମତାର ସୌରଶକ୍ତି କ୍ରୟ କରିବା ନିମନ୍ତେ ଚୁକ୍ତି ସ୍ବାକ୍ଷର ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ଭିତରୁ ୫୨୫ ନିୟୁତ ୟୁନିଟ୍‌ ଓ ରାଜ୍ୟ ବାହାରୁ ୪୩୩ ନିୟୁତ ୟୁନିଟ୍‌ ସୌରଶକ୍ତି କ୍ରୟ କରାଯାଉଛି ବୋଲି ମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଧାନସଭାରେ ସୂଚନା ଦେଇଛନ୍ତି।

ବ୍ୟାପକ ସୌରଶକ୍ତି ଉତ୍ପାଦନ ନିମନ୍ତେ ୨୦୧୩ରେ ସବୁଜ ଶକ୍ତି ବିକାଶ ନିଗମ ସ୍ଥାପନ କରାଯାଇଥିଲା। ଘରୋଇ ଉପଭୋକ୍ତାମାନଙ୍କ ପାଇଁ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ନିମନ୍ତେ ହେଉଥିବା ଖର୍ଚ୍ଚ ଉପରେ ୩ କିଲୋୱାଟ୍‌ କ୍ଷମତା ପର୍ଯ୍ୟନ୍ତ ୪୦ ପ୍ରତିଶତ ଏବଂ ୩ କିଲୋୱାଟ୍‌ରୁ ୧୦ କିଲୋୱାଟ୍‌ ପାଇଁ ୨୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ବିଧାୟକ ରାମଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।