Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ବାର୍‌ ଆସୋସିଏସନ୍‌ ନିର୍ବାଚନ; ୩୩ ହଜାରରୁ ଉର୍ଦ୍ଧ୍ବ ଓକିଲ ଦେବେ ଭୋଟ୍‌

ଭୁବନେଶ୍ୱର: ଆଜି ରାଜ୍ୟରେ ବାର୍‌ ଆସୋସିଏସନ୍‌ର ଭୋଟ୍‌ ଗ୍ରହଣ ପ୍ରକ୍ରିୟା ହେଉଛି। ରାଜ୍ୟରେ ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ହେବ। ୱାନ୍ ବାର ୱାନ ଭୋଟ ନିୟମ ଅନୁଯାୟୀ ନିର୍ବାଚନ ହେବ। ରାଜ୍ୟର ମୋଟ ୧୫୩ଟି ବାର୍‌ ଆସୋସିଏସନରେ ନିର୍ବାଚନ ମତଦାନ ହେବ।

ଏହି ନିର୍ବାଚନରେ ମୋଟ ୩୩, ୪୩୪ ଆଇନଜୀବୀ ଭୋଟ ଦେବେ। ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିବ। ମତଦାନ ଶେଷ ହେବାର କିଛି ସମୟ ପରେ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ