Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେରୀ ବେଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୂର ୨୦.୧୦ . ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍ , ଯୁବ ରେଡକ୍ରସ ୟୁନିଟ୍ ଓ ମୋ କଲେଜ ଅଭିଯାନ ସହଯୋଗରେ କୋରାପୁଟର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଭାରତ ସରକାରଙ୍କ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପ୍ରାୟୋଜିତ ମେରି ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ଉଦଘାଟନ କରି ଦେଶ ପ୍ରଗତିରେ ବର୍ତ୍ତମାନ ପରିସ୍ଥିତିରେ ଯୁବ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସେହିପରି ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ମଧ୍ୟ ଏହି ନେହେରୁ ଯୁବ କେନ୍ଦ୍ର ମାଧ୍ୟମରେ କିପରି ଗ୍ରାମାଞ୍ଚଳରୁ ଯୁବ ମାନେ ଦେଶକୁ ଆଗେଇ ନେବା ପାଇଁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର କୋରାପୁଟର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସଦନ ମିନିଆକା ଓ ପ୍ରସାଦ ହିକ଼କା ମଧ୍ଯ ଯୁବ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବିଭିନ୍ନ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇଥିବା ମାଟି ଗୋଟିଏ ବଡ଼ କଳସରେ ଏକତ୍ରିତ କରାଯାଇଥିଲା ଏବଂ ଅତିଥି ମାନଙ୍କୁ ମାନପତ୍ର ସହ ଗାମୁଛା ପ୍ରଦାନ କରାଯିବା ସହ ଏକ  ଶପଥ ପାଠ କରାଯାଇଥିଲା। ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ  ଅଧ୍ୟାପକ ଯଶୋବନ୍ତ ଗରଡା, ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ସନ୍ତୋଷିନୀ ଦାଶ ତଥା ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ, ସୁଶ୍ରୀ ବୈଶାଖୀ ଦୀପ୍ , ଅଧ୍ୟାପକ ଲକ୍ଷ୍ମୀକାନ୍ତ ଟାକ୍ରୀ, ଟଙ୍କଧର ନାଏକ, ଲାଲୁ ହରିଜନ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ଓ  ମୋ କଲେଜ ଅଭିଯାନ ଅଧିକାରୀ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରିଥିଲେ, ଶେଷରେ ସୁଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।