Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିନା ସୂଚନା ରେ ୩୦ଟି ସରକାରୀ ବସ ବାତିଲ…ଅନ ଲାଇନରେ ଟିକେଟ କାରୀ ଅସୁବିଧା ର ସମ୍ମୁଖୀନ…ଆଜି ସ୍କୁଲ ଛୁଟି ହେବାରୁ ଶତାଧିକ ଛାତ୍ର ଛାତ୍ରୀ ଅଭିଭାବକ ହେଲେ ନାକେଦମ ……ଲକ୍ଷ୍ମୀଯୋଜନା ସକାଶେ ବ୍ରହ୍ମପୁର ରୁ ଗଜପତି ଯାଇଥିବା  ସୂଚନା ଦେଲା ଓଏସ ଆରଟିସି କତୃପକ୍ଷ .

ଲକ୍ଷ୍ମୀପୁର ୨୦.୧୦ …. ବିନା ସୂଚନା ରେ ଓଡିଶା ର ରେଶମ ସହର ଭାବେ ପରିଚିତ ବ୍ରହ୍ମପୁର ରୁ ରାଜ୍ୟ ର ବିଭିନ୍ନ ସ୍ଥାନ କୁ ଯାଉଥିବା ୩୦ଟି ସରକାରୀ ବସ କୁ ବାତିଲ କରାଯାଇଛି। ଆଜି ଦଶହରା ସକାଶେ ସ୍କୁଲ ଗୁଡିକ ପୂଜା ଛୁଟି ଘୋଷଣା କରାଯାଇଥିବା ବେଳେ ନିଜ ନିଜ ଛୁଆ ମାନଙ୍କୁ ବ୍ରହ୍ମପୁର ରୁ ଘରକୁ ନେବା ସକାଶେ ଅଭିଭାବକ ମାନେ କେହି ଅନ ଲାଇନ ରେ ତ କେହି ଅଫ ଲାଇନ ରେ ଟିକେଟ କରିଥିଲେ। ଗୁରୁବାର ସକାଳୁ ଓଏସଆରଟିସି ବ୍ରହ୍ମପୁର କର୍ମଚାରୀ କହୁଛି କହିକି ଆଜି ବସ ବାତିଲ କରାଯାଇଛି, ଆପଣ ମାନଙ୍କ ଟଙ୍କା ଆସନ୍ତା କାଲି ଫେରସ୍ତ କରାଯିବ, ଗତକାଲି ମେସେଜ ଦିଆଯାଇଥିଲା କିନ୍ତୁ ପାଇ ଛନ୍ତି କି ନାହିଁ ସନ୍ଦେହ ହେବାରୁ ଫୋନ ରେ ଜଣା ଇବାକୁ ବାଧ୍ୟ ହେଲୁ କହିକି ଫୋନ କାଟିଦେଇଥିଲେ, ସେହି ନମ୍ବର ରେ ପୁଣି କଲ କରିବାରୁ ବସ କାହିଁ କି ବାତିଲ ହେଲା ବୋଲି ପଚାରିବାରୁ ବ୍ରହ୍ମପୁର ରୁ ସମସ୍ତ ବସ ସରକାର ଙ୍କ ଲକ୍ଷ୍ମୀ ଯୋଜନା ସକାଶେ ସମସ୍ତ ବସ ଗଜପତି ଚାଲିଯାଇଛି ତେଣୁ ବସ ଗୁଡିକ ବାତିଲ କରାଯାଇଛି ବୋଲି କହିଥିଲେ। ବିନା କୌଣସି ସୂଚନା ରେ ଯାତ୍ରୀ ମାନଙ୍କୁ ଏପରି ହଇରାଣ କରାଯାଇଥିବାରୁ ଅନେକ ଯାତ୍ରୀ ନିଜ ନିଜ ଛୁଆ ପିଲା ଙ୍କୁ ଧରି କିପରି ଯିବେ ଚିନ୍ତା ରେ ରହିଥିଲେ।ଓଡିଶା ସରକାରୀ ବସପରିଚାଳନା କତୃପକ୍ଷ ଙ୍କ ଏପରି କାମ ଯୋଗୁଁ ଲୋକେ ସରକାରୀ ବସ କୁ ଭରସା ନକରି ଘରୋଇ ବସ ଉପରେ ନିର୍ଭର କରୁଛୁ ବୋଲି ଅନେକ ଯାତ୍ରୀ ପ୍ରକାଶ କରିଥିଲେ। ଦଶହରା ସକାଶେ ସ୍କୁଲ ଛୁଟି ହୋଇଥିବା କାରଣ ରୁ କଟକ ରୁ ଜୟପୁର ଆସୁଥିବା ବସ ଗୁଡିକ ରେ ମଧ୍ୟ ଟିକେଟ ନଥିବା ବେଳେ ଟ୍ରେନ ରେ ମଧ୍ୟ ଟିକେଟ ସୁବିଧା ନଥିବା ଯାତ୍ରୀ ପ୍ରକାଶ କରିଛନ୍ତି। କିଛି ଯାତ୍ରୀ କାର ଭଡା କରି ଫେରୁଥିବା ପ୍ରକାଶ କରିଥିବା ବେଳେ  ଅନେକ ଯାତ୍ରୀ ବସ ଷ୍ଟାଣ୍ଡ ଓ ଟ୍ରେନ ଷ୍ଟେସନ ରେ ଅପେକ୍ଷା କରିଥିବା କହିଛନ୍ତି। ଓଡିଶା ସରକାରୀ ବସ ର ଏପରି ତ୍ରୁଟି କୌଣସି ପ୍ରକାରେ ଏହା ପ୍ରଥମ ଘଟଣା ନୁହଁ ବରଂ ଅନେକ ସମୟରେ ଅନ ଲାଇନ ରେ ଟିକେଟ ବୁକିଂ କରିଥିଲେ କେବେ କେବେ ବସ ଆସେ ତ କେବେ ଆସେ ବି ନାହିଁ, ଏପରିକି ଅନ ଲାଇନ ରେ ଟିକେଟ କରିଥିବା ଯାତ୍ରୀ ଙ୍କ ଟିକେଟ କୁ ଅଫ ଲାଇନ ରେ ମଧ୍ୟ ସେହି ସିଟ କୁ ଅନ୍ୟ ଯାତ୍ରୀ ଙ୍କୁ ଦେଇଦେଇ ଥିବାର ମଧ୍ୟ ନଜିର ରହିଛି।  ଗୁରୁବାର ଦିନ କୌଣସି ପ୍ରକାର ବିକଳ୍ପ ବ୍ୟବସ୍ତା ନକରି ଲକ୍ଷ୍ମୀ ଯୋଜନା ସକାଶେ ଲୋକଙ୍କୁ  ବୋହି ନେବା ସକାଶେ ଏତେ ସଂଖ୍ୟ ଙ୍କ ବସ ପଠାଇ ଯାତ୍ରୀ ଙ୍କୁ ଅସୁବିଧା ରେ ପକାଇବା ଘଟଣା କୁ ସାଧାରଣ ରେ ନିନ୍ଦା କରାଯାଇଥିବା ବେଳେ ଓଏସ ଆର ଟିସି କତୃପକ୍ଷ ସୁଧୁରି ଯାନ୍ତୁ ନଚେତ ଯାତ୍ରୀ ଆଉ ଭରସା କରିବେ ନାହିଁ ବୋଲି ଅନେକ ଯାତ୍ରୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ