Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭାରେ ସାର୍ବଜନୀନ ଦୁର୍ଗାପୂଜା ୭୮ବର୍ଷରେ

ସାର୍ବଜନୀନ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହେଲାଣି ତରଭା ସହର।ଶାରଦୀୟ ପୂଜା ସକାଶେ ପ୍ରସ୍ତୁତି ଜୋରସୋରରେ ଚାଲିଛି।’ମା’ଙ୍କ ମୃଣ୍ଣୟ ମୂର୍ତ୍ତି ନିର୍ମାଣ ସହ ତୋରଣ ସଜ୍ଜା କାର୍ଯ୍ୟରେ କାରିଗର ମାନେ ବ୍ୟସ୍ତ ରହିଛନ୍ତି। ତରଭାର ସାର୍ବଜନୀନ ଦୁର୍ଗାପୂଜାକୁ ୭୮ବର୍ଷ ପୁରିଲା।୧୯୪୫ ମସିହାରେ ତରଭାର ବ୍ୟବସାୟୀ ସ୍ବର୍ଗତ ବିପିନ ପ୍ରସାଦ ଅଗ୍ରୱାଲଙ୍କ ପ୍ରଚେଷ୍ଟାରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିଥିବା ମାଉସୀ ମା ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା।ପରେ ଏହାକୁ ଦୁର୍ଗା ମଣ୍ଡପ ଭାବେ ନିର୍ମାଣ କରାଯାଇଥିଲା।ତରଭାର ପ୍ରସିଦ୍ଧ ମସଜିଦ ସମ୍ମୁଖରେ ନିର୍ମିତ ଏହି ମଣ୍ଡପରେ ଦୁର୍ଗାପୂଜା ସହ ଶ୍ରୀ ଦଧିବାବନଙ୍କ ମାଉସୀ ମା ମନ୍ଦିର ଭାବେ ଉପଯୋଗ କରାଯାଉଛି।ତରଭା ଦୁର୍ଗାପୂଜାର ବିଶେଷତ୍ୱ ହେଲା ଏଠାରେ ‘ମା’ ଗୋଟିଏ ମାତ୍ର ସ୍ଥାନରେ ପୂଜା ପାଇଥାନ୍ତି।’ମା’ଙ୍କ ଆଭୂଷଣ ବର୍ତ୍ତମାନ ମଧ୍ୟ ସ୍ବର୍ଗତ ବିପିନ ପ୍ରସାଦ ଅଗ୍ରୱାଲଙ୍କ ଦାୟଦ ମାନଙ୍କ ଜିମାରେ ରଖାଯାଉଛି।ତରଭା ବ୍ଲକର ମେଣ୍ଡା ଗ୍ରାମରେ ୫୫ବର୍ଷ ହେଲା ଦୁର୍ଗାପୂଜା ହେଉଥିବା ବେଳେ ଚାରଭଟ୍ଟାରେ ୪୩ ବର୍ଷ, ଦେଉଳପଦରରେ ୨୭ବର୍ଷ ଓ କମସରାରେ ୧୯ବର୍ଷ ହେଲା ସାର୍ବଜନୀନ ଦୁର୍ଗା ପୂଜା ପାଳିତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ