Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ନବମୀରୁ ବର୍ଷା !

ଭୁବନେଶ୍ଵର: ଏଥର ବର୍ଷାରେ ଭିଜିବ ପାର୍ବଣ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୩ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଫଳରେ ବର୍ଷା ଆଶଙ୍କା ବଢି ଯାଇଛି। ଏମିତି ହେଲେ ବର୍ଷାରେ ଭିଜିବ ଦଶହରା। ନବମୀରୁ ହିଁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ। ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହା ୨୩ ବେଳକୁ ଅବପାତର ରୂପ ନେଇପାରେ। ତେଣୁ ଏ ବର୍ଷ ପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା ବଢିଛି। ୨୦ ତାରିଖରେ ମହାଷଷ୍ଠୀ, ୨୪ରେ ଦଶହରା ଏବଂ ୨୫ ତାରିଖରେ ଭସାଣି ରହିଛି। ଯଦି ବର୍ଷା ହୁଏ ୨୪ ତାରିଖ ଦଶହରା ଓ ୨୫ ତାରିଖ ଭସାଣି ଫିକା ପଡ଼ିପାରେ।

ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଧିକ ରହିଛି। ୨୪ ତାରିଖ ଦଶହରା ଥିବା ବେଳେ ୨୫ ତାରିଖ ଭସାଣି ରହିଛି। ୨୪ରେ ହାଲୁକା ବର୍ଷା ଓ ୨୫ରେ ବର୍ଷା ପରିମାଣ ବଢିବା ସମ୍ଭାବନା ଅଧିକ ରହିଛି। ବର୍ଷା ସମ୍ଭାବନା ନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୦ରୁ ୨୩ ପର‌୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି।