Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୀତିନ ଗଡ଼କରୀଙ୍କୁ ନବୀନଙ୍କ ଚିଠି; ଶୀଘ୍ର ସାର କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ କାମ

ଭୁବନେଶ୍ୱର: କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ କାମ ଶୀଘ୍ର ସାରିବା ଲାଗି ‌କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜାତୀୟ ରାଜପଥ -୫୫ କାମ ୨୦୧୭ ଅର୍ଥାତ୍‌ ଦୀର୍ଘ ୫ ବର୍ଷ ହେଲାଣି ଚାଲିଛି। ହେଲେ କାମ ସରୁନି। ଏହାସହିତ ଚିଠିରେ ଉଦବେଗ ପ୍ରକାଶ କରିବା ସହ ଆହୁରି ଲେଖିଛନ୍ତି ଯେ ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶା ଲୋକଙ୍କ ଜୀବିକା ନିର୍ବାହ କରିବାର ପ୍ରମୁଖ ମାଧ୍ୟମ ହେଉଛି ଏହି ରାଜପଥ।

ରାସ୍ତା କାମ ଶୀଘ୍ର ନସରିଲେ ଏହାର ପ୍ରଭାବ ଲୋକଙ୍କ ଜୀବିକା ଉପରେ ପଡ଼ୁଛି। କେବଳ ସେତିକି ନୁହେଁ ଲୋକମାନେ ଅନେକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଦୁଇ ବର୍ଷ ମଧ୍ୟରେ ଏହି ଜାତୀୟ ରାଜପଥରେ ୩୯୯ଟି ଦୁର୍ଘଟଣା ଘଟିଛି। ସେଥିରେ ୧୯୬ ଜଣଙ୍କର ଜୀବନ ଯାଇଛି। ଏହି କାରଣରୁ କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫କୁ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ୨୦୧୮ମସିହା ଜାନୁଆରି ୧୯ରେ ପ୍ୟାକେଜ୍-୧ କାମ ଆରମ୍ଭ ହୋଇଥିଲା। ଟେଣ୍ଡର୍ ନେଇଥିବା ସଂସ୍ଥାକୁ ପ୍ରାୟ ଅଢ଼େଇ ବର୍ଷର ସମୟ ଦିଆଯାଇଥିଲା। ୨୦୨୦ ମସିହା ଜୁଲାଇ ୧୭ତାରିଖ ସୁଦ୍ଧା ପ୍ୟାକେଜ୍-୧ର କାମ ସମ୍ପୂର୍ଣ୍ଣ କରିବାକୁ ସଂସ୍ଥା ସହିତ ଚୁକ୍ତିନାମା କରାଯାଇଥିଲା। ୨୦୨୩ ମସିହା ଜୁନ୍ ୩୦ ସୁଦ୍ଧା ବାକି କାମ ସରିଯିବ ବୋଲି ସରକାର ଆଶା କରିଥିଲେ। ହେଲେ ଏଯାଏଁ ସରିଲାନି ରାସ୍ତା କାମ। ପ୍ରକଳ୍ପର ଦାୟତ୍ବ NHAI ହାତରେ ରହିଛି ହେଲେ କୌଣସି ସନ୍ତୋଷଜନକ ଫଳ ମିଳୁ ନଥିବା ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।