Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ମୁସ୍କିଲ ବଢାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ନ୍ୟୁଜିଲାଣ୍ଡ ମ୍ୟାଚରୁ ବାଦ୍ ପଡ଼ି ପାରନ୍ତି

ଧର୍ମଶାଳା: ବିଶ୍ଵକପ୍ ୨୦୨୩ରେ ବିଜୟର ଚୌକା ମାରିଥିବା ଭାରତୀୟ ଦଳ ପାଇଁ ଆସିଛି ଦୁଃଖଦ ଖବର। ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୨୨ରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା କମ ରହିଛି। ଦ ଇଣ୍ଡିଆନ୍ସ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବେଙ୍ଗାଲୁରୁରେ ଏନସିଏରେ ପହଞ୍ଚିବାକୁ କୁହାଯାଇଛି। ମେଡିକାଲ୍ ଟିମ୍ ତାଙ୍କ ଗୋଡ଼ର ସ୍କାନ ରିପୋର୍ଟ ଆକଳନ କରିଛନ୍ତି ଏବଂ ଏମିତି ଲାଗୁଛି ଇଞ୍ଜେକ୍ସନ ନେବାରେ ସେ ଠିକ୍ ହୋଇଯିବେ। ବିସିସିଆଇ ଇଂଲଣ୍ଡରେ ଏକ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି ଓ ସେମାନେ ମଧ୍ୟ ଏହି ସମାନ ମତ ଦେଇଛନ୍ତି। ତେବେ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳି ନ ପାରନ୍ତି।

ଏବେ ପ୍ରଶ୍ନ ଉଠୁଛି ଯେ, ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ। ଏମିତିରେ ଭାରତୀୟ ଦଳକୁ ବ୍ୟାଟିଂ କିମ୍ବା ବୋଲିଂରେ ସାଲିସ୍ କରିବାକୁ ପଡ଼ିପାରେ। ଏହି ମୁକାବିଲା ଧର୍ମଶାଳାରେ ଖେଳାଯିବ। ଏହି ଗ୍ରାଉଣ୍ଡ ହାଇସ୍କୋରିଂ ମୁକାବିଲା ପାଇଁ ପରିଚିତ। ଏମିତିରେ ଭାରତୀୟ ଦଳକୁ ବ୍ୟାଟିଂରେ ସାଲିସ୍ କରିବାରେ କୌଣସି ସମସ୍ୟା ହେବ ନାହିଁ। ଏହି ସ୍ଥିତିରେ ହାର୍ଦ୍ଦିକଙ୍କ ବଦଳ ଖେଳାଳି ଭାବେ ଭାରତ ନିକଟରେ ଦୁଇଟି ବିକଳ୍ପ ମହମ୍ମଦ ଶାମି ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ରୂପେ ରହିଛି। ଅଶ୍ଵିନ ବୋଲିଂ ସହିତ ବ୍ୟାଟିଂ କରିବାକୁ ମଧ୍ୟ ସକ୍ଷମ। ଅନ୍ୟପଟେ ଶାମି ବୋଲିଂ ୟୁନିଟକୁ ଆହୁରି ମଜବୁତ ପ୍ରଦାନ କରିବେ।

ଧର୍ମଶାଳାର ପିଚ୍ ସ୍ପିନର୍ସ ଅପେକ୍ଷା ଦ୍ରୁତ ବୋଲିଂ ପାଇଁ ଅନୁକୂଳ। ଏଠାରେ ଖେଳା ଯାଇଥିବା ୭ଟି ଦିନିକିଆରେ ଦ୍ରୁତ ବୋଲରମାନେ ୬୯ ଓ୍ଵିକେଟ୍ ନେଇଥିବା ବେଳେ ୩୪ଟି ସଫଳତା ପାଇଛନ୍ତି। ଭାରତ ନିକଟରେ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବଙ୍କ ରୂପେ ଦୁଇ ଅନୁଭବୀ ସ୍ପିନର ରହିଛନ୍ତି। ତେଣୁ ଆଶା କରାଯାଉଛି ମହମ୍ମଦ ଶାମି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇ ପାରନ୍ତି।