Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଜିଓନାଲ ନିର୍ଦେଶକ ଙ୍କ କଲେଜ ପରିଦର୍ଶନ

ଲକ୍ଷ୍ମୀପୁର ୨୦.୧୦ ..ଲକ୍ଷ୍ମୀପୁର ମହାବିଦ୍ୟାଳୟକୁ ବ୍ରହ୍ମପୁରସ୍ଥିତ ଉଚ୍ଚ ମାଧ୍ୟମିକ ପରିଷଦ କାର୍ଯ୍ୟାଳୟର ରିଜିଓନାଲ ନିର୍ଦେଶକ ସୁକାନ୍ତ ଦାସ ପରିଦର୍ଶନରେ ଆସିଥିଲେ। ସେ ତାଙ୍କ ରହଣି ସମୟରେ ମହାବିଦ୍ୟାଳୟର ସମସ୍ତ ବିଷୟ ପଚାରି ବୁଝିଥିଲେ, ମୂଖ୍ୟତଃ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅଲୋଚନା କରି କିପରି ଏହାର ଉନ୍ନତି ଆଣିବା ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଗିରିଜା କୁମାର ଚୌଧୁରୀ ଶ୍ରୀଯୁକ୍ତ ଦାସଙ୍କୁ ମହାବିଦ୍ୟାଳୟର ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ଏବଂ ଡାଇରେକ୍ଟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହ ଶିକ୍ଷାଦାନ ତଥା ଅନ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।