Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଏବିଇଓ ଙ୍କ ଯୋଗଦାନ

ଲକ୍ଷ୍ମୀପୂର ୨୦.୧୦ ଲକ୍ଷ୍ମୀପୁର ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ନୂତନ ଏବିଇଓ ଭାବେ ବିଭୁତି ଭୂଷଣ ଟାକ୍ରି ଯୋଗଦେଇଛନ୍ତି। ଏଥି ପୂର୍ବରୁ ସେ ଲକ୍ଷ୍ମୀପୂର ବ୍ଲକ କୁସୁମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ପଦୋନତି ପାଇ ପଟାଙ୍ଗୀ ବ୍ଲକ ରେ ଅତିରିକ୍ତ ଶିକ୍ଷା ଧିକାରୀ ଭାବେ ଯୋଗ ଦେଇଥିଲେ। ଦୀର୍ଘ ଆଠ ମାସ ସେଠାରେ ସେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିବା ପରେ ପୁଣି ଲକ୍ଷ୍ମୀପୁର ବ୍ଲକ ରେ ଯୋଗ ଦେଇଛନ୍ତି।ଗତକାଲି ସେ ବିଇଓଙ୍କ କାର୍ଯ୍ୟାଳୟ ରେ ଆସି ଯୋଗଦେବା ପରେ ଶିକ୍ଷକଶିକ୍ଷୟତ୍ରୀ ମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।ଏଠାରେ ଅବସ୍ଥାପିତ ଥିବା ଏ ବିଇଓ ପଞ୍ଚାନନ ମହାନ୍ତି ଙ୍କୁ ପଟାଙ୍ଗୀ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ କୁ ବଦଳି କରାଯାଇଛି। ବ୍ଲକ ଏବିଈଓ ପଦବୀ ପାଇବା ପରେ ଶିକ୍ଷା ବିଭାଗତରଫରୁ ଯେଉଁ ଦାୟିତ୍ୱ ଦିଆଯିବ ତାହା ସେ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ