Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ଵଚ୍ଚତା ରାଲି ଅନୁଷ୍ଠିତ।

ଲକ୍ଷ୍ମୀପୂର ୨୦.୧୦..ଲକ୍ଷ୍ମୀପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍, ଯୁବ ରେଡକ୍ରସ ୟୁନିଟ୍ ଓ ମୋ କଲେଜ ଅଭିଯାନ ସହଯୋଗରେ ସ୍ତାନୀୟ ଓଡିଶା ଖଣି ନିଗମ ଅନ୍ତର୍ଗତ କୋଡିଙ୍ଗା ବକ୍ସାଇଟ ମାଳି କାର୍ଯ୍ୟାଳୟ ତରଫରୁ କେନ୍ଦ୍ରସରକାରଙ୍କ ସ୍ଵଚ୍ଛତା ହିଁ ସେବା ଓ ଆବର୍ଜନା ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସ୍ଵଚ୍ଛତା ରାଲି ଆୟୋଜିତ ହୋଇଯାଇଛି। ଏହି ରାଲିକୁ ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ଏବଂ ଓଡ଼ିଶା ଖଣି ନିଗମର ଅଧିକାରୀ ଉପସ୍ଥିତ ରହି ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟରୁ ଏକ ସଚେତନତା ରାଲିରେ ବାହାରି ସ୍ଵଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଆମ୍ବେଦକର ଛକ ରୁ ପୁଣି ମହାବିଦ୍ୟାଳୟକୁ ଫେରି ଥିଲେ।  କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଯଶୋବନ୍ତ ଗରଡା, ଅଧ୍ୟାପକ ତାରେଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଟାକ୍ରୀ  ଓ ଟଙ୍କଧର ନାଏକ ସହଯୋଗ କରିଥିଲେ। ଏହା ବ୍ୟତୀତ ଓଡିଶା ଖଣି ନିଗମ କାର୍ଯ୍ୟାଳୟର  କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ