Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଣିକ ସଂଘ ର ଗୁରୁତ୍ୱ ପୂର୍ଣ୍ଣ ବୈଠକ।ସଫେଇ କର୍ମଚାରୀ ନିୟୋଜିତ ପାଈଁ ଉଠିଲା ପ୍ରଶ୍ନ।

ଲକ୍ଷ୍ମୀପୁର ୨୦.୧୦…….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୂର ବଣିକ ସଂଘ ର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ସ୍ଥାନୀୟ ଆଇବି ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ୟୁନିଅନ ସଭାପତି ମନୋଜ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଥମେ ଗତ କିଛି ମାସ ମଧ୍ୟରେ ଦିବଂଗତ ହୋଇଥିବା ବ୍ୟବସାୟୀ ଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାଥନା କରାଯାଇଥିଲା। ସଙ୍ଘ କୁ କେହି ସହଯୋଗ କରୁନଥିବା ତଥା ବ୍ୟବସାୟୀ ସଙ୍ଘ ର ସଦସ୍ୟ ଙ୍କ ଦେହାନ୍ତ ହେଲେ ତାଙ୍କ ପରିବାର କୁ ସାନ୍ତ୍ୱନା ଦେବାକୁ କିମ୍ବା ଅନ୍ତିମ ସଂସ୍କାର ରେ ଯୋଗ ନଦେବା ଏକ ଦୁଃଖ ର ବିଷୟ ବୋଲି ସଭାପତି ପ୍ରକାଶ କରିଥିଲେ। ଆଗରୁ  ବ୍ୟବସାୟୀ ସଂଘ ର କେହି ସଦସ୍ୟ ଙ୍କ ମୃତ୍ୟୁ ହେଲେ ଶବ ନେବା ପର୍ଯ୍ୟନ୍ତ ଦୋକାନ ବଜ଼ାର ବନ୍ଦ କରାଯାଉଥିଲା, ବର୍ତ୍ତମାନ କିନ୍ତୁ ଆଉ ସେପରି କରାଯାଇ ପାରୁନଥିଲେ ମଧ୍ୟ ମୃତ ବ୍ୟବସାୟୀ ଙ୍କୁ ସମ୍ମାନ ଦେବା ପାଈଁ ହେଲେ ଚେଷ୍ଟା କରାଯାଉ ବୋଲି କୁହ ଯାଇଥିଲା।ସଂଘ ରେ ୨୦୦ ରୁ ଉର୍ଧ୍ଵ ବ୍ୟବସାୟୀ ରହିଥିବା ବେଳେ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।ମାର୍କେଟ ରେ ଦୁଇଜଣ ମହିଳା ପ୍ରତ୍ୟକ ଦିନ ସକାଳୁ ସଫା ସୁତୁରା କରୁଛନ୍ତି, ସେମାନଙ୍କ ର ପାରିଶ୍ରମିକ କେମିତି ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା।ଆସୋସିଏସନ ତରଫରୁ ବିଭିନ୍ନ ପ୍ରକାର ଚାନ୍ଦା ପ୍ରଦାନ କୁ ନେଇଁ ସମସ୍ୟା ହେଉଥିବା କୁହାଯିବା ସହ ଗ୍ରାହକ ଙ୍କୁ ଉଚିତ ବ୍ୟବହାର କରାଯିବାକୁ କୁହାଯାଇଥିଲା।
ଯେକୌଣସି ପୂଜା ହେଲେ ବ୍ୟବସାୟୀ ଙ୍କୁ ହିଁ ଅଧିକ ଗୁରୁତ୍ୱ ଦିଆଯାଉଛି, ତେଣୁ ସମସ୍ତେ ସହଯୋଗ କରିବା ସହ ସମୟ ଦେବାକୁ ସଭାପତି ପ୍ରକାଶ କରିଥିଲେ।ପାର୍ବଣ ଋତୁ ରେ କିଛି ବାହାର ବ୍ୟବସାୟୀ ଆସି ବ୍ୟବସାୟ କରିବା ନେଇଁ ଆଲୋଚନା କରାଯାଇଥିଲା, ବାହାର ବ୍ୟବସାୟୀ ମାନେ କାହାର ଦୋକାନ ସମୁଖରେ ପସରା ନଖୋଲି କିମ୍ବା ଟ୍ରାଫିକ ବ୍ୟବସ୍ତା କୁ ଅସୁବିଧା ନକରି ଅନ୍ୟ ସ୍ଥାନ ରେ ବ୍ୟବସାୟ କଲେ କାହାର କିଛି ଅଭିଯୋଗ ନାହିଁ ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଥିଲେ। ପଞ୍ଚାୟତ ତରଫରୁ କିମ୍ବା ବ୍ଲକ ପ୍ରଶାସନ ତରଫରୁ ଅଧିକ ସଫେଇ କର୍ମଚାରୀ ଙ୍କୁ ନିୟୋଜିତ କରାଯିବା ସକାଶେ ପ୍ରଶାସନ କୁ କୁହାଯିବାକୁ କୁହାଯାଇଥିଲା।ଶେଷରେ ଦୁଇଜଣ ଦିବଂଗତ ବ୍ୟବସାୟୀ ଙ୍କ ପୁଅ ମାନଙ୍କୁ ସଙ୍ଘ ତରଫରୁ ୧୦ହଜାର ଲେଖାଏ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ