Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁନିଆର ସବୁଠାରୁ ଲୋକପ୍ରିୟ କଳାକାର ଆବେଲ

ନୂଆଦିଲ୍ଲୀ: ସାମ୍‌ନାକୁ ଆସିଲା ଦୁନିଆର ସବୁଠାରୁ ଲୋକପ୍ରିୟ କଳାକାରର ପରିଚୟ। ଗିନିଜ ୱାର୍ଲ୍ଡ ରେକର୍ଡସ ଅନୁଯାୟୀ ଆବେଲ ମକ୍କୋନେନ ତେସଫାଏ ହେଉଛନ୍ତି ଦୁନିଆର ସବୁଠୁ ଲୋକପ୍ରିୟ କଳାକାର। ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆବେଲ ପେଶାରେ ଜଣେ ଗାୟକ ଓ ଗୀତିକାର ମଧ୍ୟ।

ଗିନିଜ ୱାର୍ଲ୍ଡ ରେକର୍ଡସ ଅନୁଯାୟୀ, ୩୩ ବର୍ଷିୟ କାନାଡିୟ ଗାୟକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ମାର୍ଚ୍ଚ ୨୦ ସୁଦ୍ଧା ତାଙ୍କର ଶ୍ରୋତା ସଂଖ୍ୟା ୧୧୧.୪ ମିଲିୟନ୍‌ରେ ପହଞ୍ଚିଛି। ସେ ପ୍ରଥମ କଳାକାର ଭାବେ ଡିଜିଟାଲ୍ ମ୍ୟୁଜିକ୍ ସର୍ଭିସ ଆପରେ ଶ୍ରୋତା ସଂଖ୍ୟା ୧୦୦ ମିଲିୟନ୍ ଅତିକ୍ରମ କରିଛନ୍ତି।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଆବେଲଙ୍କ ନିକଟତମ ପ୍ରତିଯୋଗୀ ହେଉଛନ୍ତି ମିଲି ସାଇରସ। ତାଙ୍କ ମାସିକ ଶ୍ରୋତା ସଂଖ୍ୟା ୮୨.୪ ମିଲିୟନରେ ପହଞ୍ଚିଛି। ତା ପଛକୁ ରହିଛନ୍ତି ଶକିରା (୩୧.୬ ମିଲିୟନ୍), ଆରିନା ଗ୍ରାଣ୍ଡେ (୮୦.୬ ମିଲିୟନ୍), ଟେଲର ସ୍ବିଫ୍ଟ (୮୦.୨ ମିଲିୟନ୍), ରିହାନା (୭୮.୫ ମିଲିୟନ୍)।

More Stories