Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଲେଷ୍ଟାଇନକୁ ୩୨ ଟନ ରିଲିଫ ସାମଗ୍ରୀ ପଠାଇଲା ଭାରତ, ହେଲେ ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ

ନୂଆଦିଲ୍ଲୀ: ଭାରତ ରବିବାର ପାଲେଷ୍ଟାଇନ ଲୋକଙ୍କ ପାଇଁ ପ୍ରାୟ ସାଢେ ଛଅ ଟନର ଚିକିତ୍ସା ସହାୟତା ଏବଂ ୩୨ ଟନର ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନାର ସି-୧୭ ରିଲିଫ ସାମଗ୍ରୀକୁ ନେଇ ଇଜିପ୍ଟର ଅଲ ଅରିଶ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଭାରତ ପାଲେଷ୍ଟାଇନବାସୀଙ୍କ ପାଇଁ ମାନବୀୟ ସହାୟତ ପଠାଇଛି।

ସେ କହିଛନ୍ତି, ସାମଗ୍ରୀରେ ଆବଶ୍ୟକ ଜୀବନ ରକ୍ଷକ ଔଷଧ, ସର୍ଜିକାଲ ସାମାନ, ତମ୍ବୁ, ସ୍ଲିପିଂ ବ୍ୟାଗ, ତିରିପାଲ, ସଫେଇ ସାମଗ୍ରୀ, ଜଳ ବିଶୋଧନ ପାଇଁ ଟ୍ୟାବଲେଟ୍ ସହିତ ଅନ୍ୟ ଜରୁରୀ ସାମାନ ସାମିଲ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜା ହସ୍ପିଟାଲ୍ ଉପରେ ହୋଇଥିବା ଆକ୍ରମଣରେ ନାଗରିକଙ୍କ ମୃତ୍ୟୁ ଉପରେ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁବାର ପାଲେଷ୍ଟାଇନ ପ୍ରାଧିକରଣର ରାଷ୍ଟ୍ରପତି ମେହମୁଦ ଆବାସଙ୍କୁ କହିଛନ୍ତି ଯେ, ଭାରତ ପାଲେଷ୍ଟାଇନ ଲୋକଙ୍କ ପାଇଁ ମାନବୀୟ ସହାୟତା ପଠାଇବା ଜାରି ରଖିବ। ଭାରତ ମିଳିତ ଜାତିସଂଘ ଜରିଆରେ ପାଲେଷ୍ଟାଇନ ଓ ପାଲେଷ୍ଟାଇନ ଶରଣାର୍ଥୀଙ୍କ ସମର୍ଥନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଇସ୍ରାଏଲ ଓ ହମାସ ମଧ୍ୟରେ ଲଢେଇ ଜାରି ରହିଛି। ଏ ପର‌୍ୟ୍ୟନ୍ତ ପାଲେଷ୍ଟାଇନରେ ପାଖାପାଖି ୩୦୦୦ ଲୋକଙ୍କ ପ୍ରାଣହାନୀ ଘଟି ସାରିଥିବା ବେଳେ ଇସ୍ରାଏଲର ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସାଂପ୍ରତିକ ସ୍ଥିତିକୁ ଦେଖିଲେ ଯୁଦ୍ଧ ନିକଟ ଭବିଷ୍ୟତରେ ସମାପ୍ତ ହେବା ଭଳି ଲାଗୁନାହିଁ। ଭାରତ ଯୁଦ୍ଧକୁ ନିନ୍ଦା କରିଥିଲେ ହେଁ ଇସ୍ରାଏଲକୁ ନିରବ ସମର୍ଥନ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ