Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାଧାରଣ ଜନତାଙ୍କୁ ଝଟ୍‌କା; ୧ରୁ ବୃଦ୍ଧି ପାଇବ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣି ଝଟ୍‌କା। ଏପ୍ରିଲ ୧ରୁ ବୃଦ୍ଧି ପାଇବ ଔଷଧ ମୂଲ୍ୟ। ପେନ୍‌ କିଲର୍ସ, ଆଣ୍ଟିବାୟୋଟିକ୍, ଆଣ୍ଟ-ଇନ୍‌ଫେକ୍ଟିଭ୍ ଓ ହୃଦରୋଗ ଭଳି ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି ପାଇବ। ଏ ନେଇ ରାଷ୍ଟ୍ରୀୟ ଔଷଧୀ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (NPPA) ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ୨୦୨୨ ବର୍ଷ ତୁଳନାରେ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି କରାଯାଇପାରେ।

ବର୍ତ୍ତମାନ ମହଙ୍ଗା ସ୍ଥିତି ରହୁଥିବାରୁ ଔଷଧ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ବିଦେଶରୁ ଆମଦାନୀ କରିବା ମହଙ୍ଗା ପଡ଼ୁଛି। ଔଷଧର ପ୍ୟାକେଜିଂ କରିବା ଓ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି। ଏସବୁକୁ ନଜରରେ ରଖି ଫାର୍ମା କମ୍ପାନୀଗୁଡ଼ିକ ଔଷଧର ମୂଲ୍ୟ ବୃଦ୍ଧି କରିବା ନେଇ ଅନେକ ଦିନ ହେଲା ଦାବି କରି ଆସୁଛନ୍ତି। ସୂଚନା ଥାଉକି ଗତବର୍ଷ ଏପ୍ରିଲ ପହିଲାରେ ମଧ୍ୟ ୮୦୦ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଥିଲା।