Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାବଣ ପୋଡି ସହ ସମାପ୍ତ ହେଲା ଲକ୍ଷ୍ମୀପୁର ର ଦଶହରା

ଲକ୍ଷ୍ମୀପୂର ୨୫.୧୦.. ଲକ୍ଷ୍ମୀପୁର ଦୁର୍ଗା ପୂଜା ମଣ୍ଡପ ରେ ଗତ ଷଷ୍ଠୀ ଠାରୁ ଆରମ୍ଭ ହୋଇଥିବା ଦୁର୍ଗା ପୂଜା ଦଶହରା ଦିନ ରାବଣ ପୋଡି ସହ ସମାପ୍ତ ହୋଇଛି। ସ୍ଥାନୀୟ ଫ୍ରେଣ୍ଡସ ୟୁଥ ଆସୋସିଏସନ ତରଫରୁ ଚଳିତ ବର୍ଷ ମଧ୍ୟ ପୂଜା ଆୟୋଜନ କରାଯାଇଥିବା ବେଳେ ବଣିକ ସଙ୍ଘ କର୍ମଚାରୀ ସହଯୋଗ କରିଥିଲେ। ଚଳିତ ବର୍ଷ ପାଗ ସମ୍ପୂର୍ଣ ଭାବେ ଭଲ ରହିଥିବା କାରଣରୁ ରାବଣ ପୋଡି ରେ ବ୍ଲକ ପଡିଆ ଅଞ୍ଚଳ ର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଆତସବାଜୀ ରେ କମ୍ପି ଉଠିଥିଲା ବ୍ଲକ ପଡିଆ। ଶେଷଦିନରେ କଟକ ର ମେଲୋଡି ସାଙ୍ଗ କୁ ନବରଙ୍ଗପୁର ର ପୌରାଣିକ ନାଟକ ଓ ରାବଣ ପୋଡି ର ଭରପୁର ମଜା ନେଇଥିଲେ ଲକ୍ଷ୍ମୀପୂର ବ୍ଲକ ବାସିନ୍ଦା।ଦୁର୍ଗା ପୂଜା ର ମୁଖ୍ୟ କର୍ତା ତ୍ରିନାଥ ସାହୁ, ଏକଲବ୍ୟ ଚୌଧୁରୀ ରାବଣ କୁ ଅଗ୍ନି ସଂଯୋଗ କରି ରାବଣ ଦହନ କରିଥିଲେ।ସେହିପରି ଦଶହରା ଦିନ ଘରେ ଘରେ ନିଜ ନିଜ ଗାଡି ପୂଜା କରିବା ସହ ସହ ଥାନା ରେ ପାରମ୍ପରିକ ରୀତିନୀତି ରେ ଦୁର୍ଗା ପୂଜା କରାଯାଇଥିବା ଦେଖିବାକୁ ମିଳିଥିଲା। ବୁଧବାର ସନ୍ଧ୍ୟା ରେ ମାଁ ଙ୍କ ଭସାଣି ଉତ୍ସବ ଧୂମଧାମ ରେ ପାଳନ କରାଯାଇ ବିସର୍ଜନ କରାଯାଇଥିଲା।ଶାନ୍ତି ଶୃଙ୍ଖଳା ସକାଶେ ଆଇଆଇସି ସୁଜ୍ଞାନୀ ସାହୁ ନିଜେ ପୋଲିସ ବାହିନୀ ଓ ରିଜର୍ଭ ପୋଲିସ ବାହିନୀ ସହ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ନଜର ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ