Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଲା ଠାରେ ମାଁ ମାନ ପୁରୀଆଣି ଦେବୀଙ୍କ ଖଣ୍ଡାବସା ମଶାଲ ଯାତ୍ରା ପାଳିତ

କଳାହାଣ୍ଡି, ୨୬/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ଠାରେ ଗ୍ରାମ୍ୟ ଦେବୀ ମାଁ ମାନ ପୁରୀଆଣି ଦେବୀଙ୍କ ଖଣ୍ଡା ବସା ମଶାଲ ଯାତ୍ରା ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମେ ଦେବୀଙ୍କ ଖଣ୍ଡା ଗ୍ରାମ ଗୋନ୍ତିଆ ଙ୍କ ଘରୁ ପୁଝାରି ଘରକୁ ଯାଇ ସ୍ଥାପିତ ହୋଇଥିଲା ।ପରେ ଦେବୀଙ୍କ ମନ୍ଦିରରୁ ମଶାଲ ଟିକୁ ଗ୍ରାମ ଗୋନ୍ତିଆ ସରୋଜ ଦାସ, ସୁଶାନ୍ତ ଦାସ, ମୁଙ୍ଗଲି ଦାସ, ଶମ୍ଭୁ ପ୍ରସାଦ ଦାସ, ଗ୍ରହଣ କରି । ନିମନ୍ତ୍ରଣ ଅତିଥି,ଗ୍ରାମଲୋକ ସହ ବାଜା, ନିଶାନ , ବନାବାଡି, ମାଦଳି, ଢେମ୍ସା ନାଚ ଏଭଳି ବିଭିନ୍ନ ସାଂସ୍କୃତିକ ଦଳ ସହ ଶହଶହ ଲୋକଙ୍କ ସମାଗମରେ ଗ୍ରାମ ପରିକ୍ରମା କରି ଗ୍ରାମ ଝାଙ୍କର ଘରକୁ ଆସିଥିଲା । ସେହିଠାରୁ ଝାଙ୍କର ଖଣ୍ଡା ଧରି ଦେବୀଙ୍କ ମନ୍ଦିରକୁ ଯାଇ ସ୍ଥାପିତ କରି ପୂଜାର୍ଚ୍ଚନା ହୋଇଥଲା ।ଏହି କାର୍ଯ୍ୟକ୍ରମରେ ଯୋଗଦାନ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌସୁଧି ବାଗ, ଧର୍ମଗଡ଼ ଏନ.ଏ.ସି ଉପାଧ୍ୟକ୍ଷା ମନୀଷା ମିଶ୍ର, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷ କଲ୍ୟାଣି ନାଏକ, ସମାଜସେବୀ ବିବେକ ରଞ୍ଜନ ମିଶ୍ର, ଅଶୋକ ପାଟଯୋଶୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୁ ଅଗ୍ରୱାଲ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ମଣୀନ୍ଦ୍ର ପାତ୍ର, ପ୍ରମୁଖ ଯୋଗଦାନ କରି ମାଙ୍କ ଆଶୀର୍ବାଦ ଲାଭ କରିଥିଲେ ।ଏହି କାର୍ଯ୍ୟକ୍ରମ ର ବିଶେଷ ଆକର୍ଷଣ ଛିଲିପା ଘଣ୍ଟ ଦଳ,ଢେମସା ନାଚ ଆମପାଣି, ଆଦୀଵାସୀ ଡ୍ୟାନ୍ସ ଗ୍ରୁପ ଚାନ୍ଦଗିରି ନବରଙ୍ଗପୁର, ଇଚ୍ଛାପୁର ବନାବାଡି, ଧଅଁରପୁର ମାଦଳି, ମହାକାଳ ତାଣ୍ଡବ ଗ୍ରୁପ ଧର୍ମଗଡ଼, ବାଳିକା ସଂକୀର୍ତ୍ତନ ଦଳ ପର୍ଲା, ଅଘୋରୀ ବାବା ଦଳ ପର୍ଲା, ବହୁବଳୀ କଟପ୍ପଆ ଗ୍ରୁପ ବାବୁଲି ଦାସ ପର୍ଲା, ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ପୂଜା କମିଟି ସଭାପତି ବିଜନ ଦାସ, ସଂପାଦକ ସୁଧୀର ବାଗ, କୋଷାଧ୍ୟକ୍ଷ ଡିଲେ ସାହୁ, ନବୀନ ଦାସ, ଲକ୍ଷ୍ୟଜ୍ୟୋତି ଜାଲ,ସୁଧୀର ଗୋପାଳ, ଅବି ସୁନାନୀ, ନିଲାଞ୍ଚଳ ସେଠିଆ, ସେତୁରାମ ଭକ୍ତ, ସୋସିଆ ହାତୀ, ଧନିରାମ ଗୋପାଳ, ଚିନ୍ମୟ ଦାସ, ମାନସ ଦାସ, ରୀଙ୍କୁ ଦାସ ଚୋଳଗଙ୍ଗ ନାଗେଶ, ବାବୁଲି ଦାସ, ଧନୁ ଗୋପାଳ, ଦଣ୍ଡପାଟ ମିସ୍ତ୍ରୀ ସଂଘ, ଡ୍ରାଇଭର ସଙ୍ଘ ପ୍ରମୁଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories