ବେଲଗୁଣ୍ଠା,26/10, ଦଶହରା ପର୍ବ ଧୂମଧାମରେ ପାଳିତ ହେବା ପରେ ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ଶୋଭାଯାତ୍ରା ମଧ୍ୟରେ ମାଆ ଦୂର୍ଗା ବିଦାୟ ନେଇଛନ୍ତି I ଆଜି ସନ୍ଧ୍ୟାରେ ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗ ପକ୍ଷରୁ ମାଆଙ୍କ ଭସାଣି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ଆଜି ବିଦ୍ୟୁତ୍ ବିଭାଗ ପକ୍ଷରୁ ମାଆଙ୍କ ଭସାଣୀ ଶୋଭାଯାତ୍ରା ସନ୍ଧ୍ୟା ସାତଟାରେ ଆରମ୍ଭ ହୋଇ ବାଙ୍କ ବଜାର, ପେଣ୍ଠ ସାହି, ହାଟପଦା, ଜଗନ୍ନାଥପ୍ରସାଦ ଛକ ଏବଂ ବ୍ଳକ୍ ଛକ ଦେଇ ଆସିବା ପରେ ବାରଙ୍ଗ ନାଳରେ ଦେବୀଙ୍କ ବିସର୍ଜନ ହୋଇଥିଲା I ବିସର୍ଜନ କାର୍ଯ୍ୟକ୍ରମରେ ଏସଡିଓ ସୁରଜ ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ଦୀପକ୍ ସାମନ୍ତରାୟ,ଏସଡିସି ପ୍ରଶାନ୍ତ କୁମାର ମିଶ୍ର, ଆରପିଓ ବିଶ୍ଵନାଥ ମଲ୍ଲିକ, ରୋହିତ୍ କୁମାର ରେଡ୍ଡୀ, ଶ୍ରୀକାନ୍ତ ସାହୁ ଏବଂ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I ସେହିପରି ଗାଙ୍ଗପୁର ସ୍ଥିତ ଏମବିଏସ୍ କୋଲା ୟୁନିଟ୍ ପକ୍ଷରୁ ମଧ୍ୟ ମାଆ ଦୂର୍ଗାଙ୍କ ଭସାଣି ଅନୁଷ୍ଠିତ ହୋଇଯାଇଛି I ଭସାଣି ଶୋଭାଯାତ୍ରା ସମୟରେ ପାରମ୍ପରିକ ଘଣ୍ଟ ମୃଦଙ୍ଗ,ଶିଙ୍ଗବାଜା,ଡିଜେ ଏବଂ ଆତସବାଜିର ଧମାକା ମିଳିଥିଲା I ବେଲଗୁଣ୍ଠାରେ ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ ଗାଙ୍ଗପୁରରେ ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଶୃଙ୍ଖଳା ରକ୍ଷା କରିଥିଲେ I