Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଆଗକୁ ଆସୁଛି ପବିତ୍ର ରଥଯାତ୍ରା। ରଥଯାତ୍ରା ପାଇଁ ଏବେ ଠୁ ଆରମ୍ଭ ହେଲାଣି ପ୍ରସ୍ତୁତି। ଆସନ୍ତା ଜୁନ୍‌ ମାସ ୨୦ ତାରିଖରେ ପଡୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ଶାନ୍ତିଶୃୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ କରିବା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ପୂର୍ବଥର ରଥଯାତ୍ରା ଆୟୋଜନରେ ହୋଇଥିବା ତ୍ରୁଟି ଯେପରି ପୁନରାବୃତ୍ତି ନହେବ ସେ ନେଇ ଆ‌ଲୋଚନା ହୋଇଥିଲା। ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନଙ୍କ ମତାମତକୁ ଆଧାର କରି ଏଥର ଯେପରି ସୁରୁଖୁରୁରେ ରଥଯାତ୍ରା ଅନୁଷ୍ଠିତ ହେବ ସେ ନେଇ ଯୋଜନା କରାଯାଇଥିଲା। ଏଥର ଅକ୍ଷୟ ତୃତୀୟା ଏପ୍ରିଲ ୨୩, ସ୍ନାନ ପୂର୍ଣ୍ଣିମା- ଜୁନ୍‌ ୪, ରଥଯାତ୍ରା- ଜୁନ୍‌ ୨୦, ବାହୁଡା- ଜୁନ୍‌ ୨୮, ଜୁନ୍‌ ୨୯- ସୁନା ବେଶ, ଜୁଲାଇ ୧ରେ ମହାପ୍ରଭୁ ନିଳାଦ୍ରୀ ବିଜେ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ