Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ କାମାକ୍ଷା ଦେବୀ ମନ୍ଦିରରେ ନବଗ୍ରହ ବିଗ୍ରହ ପ୍ରତିଷ୍ଠା

ସମ୍ବଲପୁର:ବୈଦାରନୂଆପାଲି ସ୍ଥିତ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ଆଜି ନବଗ୍ରହ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି।ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆରଙ୍କ ତତ୍ବାବଧାନରେ ସୁଶାନ୍ତ କୁମାର ପତି ସହଯୋଗ କରିଥିଲେ। ଏଥିରେ ଦିପକ ଭୁୟାଁ କର୍ତ୍ତା ଦାଇତ୍ବ ତୁଲାଇଥିଲେ ।ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ କାନ୍ତ ସାହୁ, ଘନଶ୍ୟାମ ସାହୁ, ସବ୍ୟସାଚୀ ସାହୁ, ଚିତ୍ତରଞ୍ଜନ ଦାସ,ଅଜୟ ବାରିକ, ନରହରି ବଢେଇ, ଅନ୍ତର୍ଯ୍ୟାମୀ କୁଦେଇ,ଶିବ ମେହେର,ପ୍ରତାପ ବିଶ୍ବାଳ, ଜଗଦିଶ ବିଶ୍ବାଳ, ବୈଦାରନୂଆପାଲି ଗ୍ରାମବାସୀ ସହଯୋଗ କରିଥିଲେ।ସନ୍ଧ୍ୟାରେ ମହାଆଳତୀ ପରେ ହଳଦୀ ସଙ୍କୀର୍ତ୍ତନ ଦଳ କୀର୍ତ୍ତନ ପରିବେଷଣ କରିଥିଲେ।ବିଗ୍ରହ ପ୍ରତିଷ୍ଠା ପରେ ପ୍ରାୟ ୩ ହଜାରରୁ ଅଧିକ ଭକ୍ତଙ୍କୁ ଅନ୍ନ ପ୍ରସାଦ ଦିଆଯାଇଥିଲା।