Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଦ୍ରକରୁ ଧରାପଡ଼ିଲା ଆଉ ଏକ ସନ୍ଦିଗ୍ଧ ପାରା

ଭଦ୍ରକ: କୌଣସି ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ଆଉ ଏକ ସନ୍ଦିଗ୍ଧ ପାରା ଓଡିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମେଡା ଗ୍ରାମରୁ ଧରାପଡିଛି। ଚଳିତ ମାସରେ ରାଜ୍ୟରେ ଏହା ହେଉଛି ତୃତୀୟ ଘଟଣା।
ସୂଚନାନୁସାରେ, ସ୍ଥାନୀୟ ଗାଁର ସୁଶୀଲ ମହାନ୍ତି ମଙ୍ଗଳବାର ଦିନ କୁଆପଥର ମାଡ ବର୍ଷା‌ରେ ପାରାଟି ଗୋଡରେ କୁଆପଥର ମାଡ ବାଜିଥିବା ଦେଖି ଜଙ୍ଗଲ ବିଭାଗକୁ ସୂଚିତ କରି ହସ୍ତାନ୍ତର କରିଥିଲେ।

ପାରାଟିକୁ ଭଲ ଭାବେ ଯାଞ୍ଚ କରିବା ପରେ ଜଙ୍ଗଲ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ପାରାଟିର ଗୋଡରେ ‌ଗୋଟେ ରିଙ୍ଗ ଲାଗିଛି ଏବଂ ସେଥିରେ କିଛି ମେସେଜ ମଧ୍ୟ ଲେଖାଯାଇଛି। ବୁଧବାର ଦିନ ଏହି ପାରାକୁ ପୋଲିସକୁ ହସ୍ତାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି।

ଏହାପୂର୍ବରୁ ମାର୍ଚ୍ଚ ୬ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଉପକୂଳରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଥିଲା। ସେହିପରି ମାର୍ଚ୍ଚ ୧୫ରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ନାନପୁର ଗ୍ରାମରୁ ଆଉ ଏକ ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ