Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଏପ୍ରିଲ ୨ ଯାଏ ୟେଲୋ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମାର୍ଚ୍ଚ ୩୧ ରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ରାଜ୍ୟଗୁଡିକ ହେଲା ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଢେଙ୍କାନାଳ। ଏହି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହେବା ସମ୍ଭାବନା ଥିବା ନେଇ ବୁଧବାର ଦିନ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।

ରାଜ୍ୟରେ ପ୍ରବଳ ବର୍ଷା, ଘଡଘଡି ସାଙ୍ଗକୁ କୁଆପଥର ମାଡ ଏବଂ କେତେକ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବା ଯୋଗୁ ଏପ୍ରିଲ ୨ ତାରିଖ ସକାଳ ଯାଏ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଟ୍ରଫ୍‌ଲାଇନ ପ୍ରଭାବ ଯୋଗୁ ୨୯ ଓ ୩୦ ତାରିଖରେ ବିଜୁଳି ଓ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩ରୁ ୪୦ ରହିବ। ସେହିପରି ୩୧ ତାରିଖରେ ଝଡ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।