Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଲା ପାକିସ୍ତାନ ! ଏବେ କେବଳ ଚମତ୍କାର ହିଁ ଭରସା

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ସେମି ଫାଇନାଲ୍ ଦୌଡରୁ ଏବେ ୪ଟି ଦଳ ବାଦ୍ ପଡିଛନ୍ତି। ତେବେ ଆନୁଷ୍ଠାନିକ ଭାବେ କୌଣସି ଦଳ ବାଦ୍ ପଡି ନାହାନ୍ତି। ମାତ୍ର ବିଶ୍ଵକପର ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଏମିତି କିଛି ଚିତ୍ର ସାମ୍ନାକୁ ଆସୁଛି। ବାଂଲାଦେଶ, ନେଦରଲ୍ୟାଣ୍ଡ୍ସ ଓ ଇଂଲଣ୍ଡ ପରେ ଏବେ ପାକିସ୍ତାନକୁ ସେମି ଫାଇନାଲରେ ପହଞ୍ଚିବାର ସମ୍ଭାବନା ସମାପ୍ତ ହୋଇ ଯାଇଛି। ଏହି ଦଳଗୁଡ଼ିକ ମଧ୍ୟରୁ କେହି ଯଦି ଟପ୍ ୪ରେ ପ୍ରବେଶ କରନ୍ତି ତେବେ ତାକୁ ଚମତ୍କାର ବ୍ୟତୀତ ଆଉ କିଛି କୁହାଯାଇ ପାରିବ ନାହିଁ।

ପାକିସ୍ତାନ ଦଳକୁ ଚଳିତ ବିଶ୍ଵକପରେ ଚତୁର୍ଥ ପରାଜୟ ଭୋଗିଛି। ଏମିତି ଅବସ୍ଥା ବାଂଲାଦେଶ, ନେଦରଲ୍ୟାଣ୍ଡ୍ସ ଓ ଇଂଲଣ୍ଡର ରହିଛି। ଏମିତି ସ୍ଥିତିରେ ଯଦି ନିଜର ଅବଶିଷ୍ଟ ୪ଟି ମ୍ୟାଚ୍ ଜିତନ୍ତି ତେବେ ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିବ। ଏମିତି ସ୍ଥିତିରେ ସେମିରେ ପ୍ରବେଶ କରିବା ମୁସ୍କିଲ ଲାଗୁଛି। କାରଣ ଏବେ ମଧ୍ୟ ୬ଟି ଦଳ ପାଖରେ ୧୨ କିମ୍ବା ସେଥିରୁ ଅଧିକ ପଏଣ୍ଟ ହାସଲ କରି ଲିଗ୍ ପର୍ଯ୍ୟାୟ ସମାପ୍ତ କରିବାର ସୁଯୋଗ ରହିଛି।

ପାକିସ୍ତାନ ଦଳ ନିଜର ପରବର୍ତ୍ତୀ ମ୍ୟଚ୍ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ରହିଛି। ପାକିସ୍ତାନ ଯଦି ଗୋଟିଏ ବି ମ୍ୟାଚ୍ ହାରେ ତେବେ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ। ଅନ୍ୟପଟେ ବାଂଲାଦେଶ ଓ ଇଂଲଣ୍ଡ ଦଳ ଯଦି ଗୋଟିଏ ବି ମୁକାବିଲା ହାରନ୍ତି ତେବେ ସେମାନେ ସେମି ଦୌଡ଼ରୁ ବାଦ୍ ପଡ଼ିବେ। ପାକିସ୍ତାନର ଅଧିନାୟକ ବାବର ଆଜମ ମଧ୍ୟ ମାନିଛନ୍ତି ଯେ, ଟପ୍ ୪ରେ ପହଞ୍ଚିବାର ସୁଯୋଗ ଆଉ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ