Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ରେ ସାମିଲ ହେବେ ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ଯୁବକ ଯୁବତୀ

ଭବାନୀପାଟଣା, ୨୮/୧୦ (ଜଗନ୍ନାଥ ନାଏକ) : ୩୦ ଓ ୩୧ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ତରୀୟ ମେରୀ ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାମିଲ ହେବା ପାଇଁ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ଯୁବକ ଯୁବତୀ ମାନେ ଯାତ୍ରା ଆରମ୍ଭ କରିଛନ୍ତି।
ଏହି ଅବସରରେ ଭବାନୀପାଟଣା ସ୍ଥିତ ନେହେରୁ ଯୁବକ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଜିଲ୍ଲା ସୂଚନା ଓ ଲୋକ ଅଧିକାରୀ ମନୋଜ କୁମାର ବେହେରା , ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ନେହେରୁ ଯୁବ କେନ୍ଦ୍ରର ଲେଖାପାଲ, ତଥା କାର୍ଯକ୍ରମ ସହାୟକ ଦ୍ଵିତୀୟା ବଞ୍ଛୋର ପ୍ରମୂଖ ଯୋଗ ଦେଇ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ମହତ୍ଵ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ୧୩ ଟି ବ୍ଲକ ରୁ ସଂଗୃହିତ ଅମୃତ ମାଟି ର କଳସ କୁ ନେଇ ୨୫ଜଣ ଯୁବକ ଯୁବତୀ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେମାନେ ସ୍ୱତନ୍ତ୍ର ରେଳ ଯୋଗେ ଦିଲ୍ଲୀ ଯାତ୍ରା କରିବେ । ଏ ନେଇ ଯୁବ ବର୍ଗ ଅନେକ ଉତ୍ସାହିତ ଅଛନ୍ତି ।