Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଦୁଇ ଦଳର ଚୂଡାନ୍ତ ଏକାଦଶରେ ହୋଇନି ପରିବର୍ତ୍ତନ

ଲକ୍ଷ୍ନୌ: ବିଶ୍ଵକପ୍ ୨୦୨୩ର ୨୯ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ଇଂଲଣ୍ଡ। ଆଜି ଏହି ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମୁକାବିଲାରେ ଦୁଇ ଦଳର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନାହିଁ। ଅଶ୍ଵିନଙ୍କୁ ଆଜିର ମ୍ୟାଚରେ ସୁଯୋଗ ମିଳିନାହିଁ।

ଟସ୍ ଜିତିବା ପରେ ବଟଲର କହିଛନ୍ତି, ଆମେ ପ୍ରଥମେ ବୋଲିଂ କରିବୁ। ଏହା ପଛରେ କୌଣସି କାରଣ ନାହିଁ। ବାସ୍ ଏହା ଆମର ନିଷ୍ପତ୍ତି। ମୋତେ ଲାଗୁଛି ଆଜି ଆମେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବୁ। ଆମେ ଏ ପର୍ଯ୍ୟନ୍ତ ନିଜ ସହିତ ନ୍ୟାୟ କରିନୁ। ଆଜି ଆମେ ନିଜର ସମ୍ମାନ ପାଇଁ ଖେଳିବୁ। ଆଜି ଆମ ଦଳରେ କୌଣସି ପରିବର୍ତ୍ତନ ଘଟିନାହିଁର।

ରୋହିତ ଶର୍ମା କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ। ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରି ଆମେ ଭଲ ପ୍ରଦର୍ଶନ କରିଛୁ। ଏଥର ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ମିଳିବା ଭଲ କଥା। ଏହା ଏକ ଭଲ ପିଚ୍ ନଜର ଆସୁଛି। ଆମେ ନିରନ୍ତର ଭଲ ପ୍ରଦର୍ଶନ କରୁଛୁ। ଆମେ ଗତ ଚୂଡାନ୍ତ ଏକାଦଶ ସହ ମଇଦାନକୁ ଓହ୍ଲାଉଛୁ।

ଦୁଇ ଦଳର ଚୂଡ଼ାନ୍ତ ଏକାଦଶ

ଇଂଲଣ୍ଡ– ଜୋନି ବେୟାରଷ୍ଟୋ, ଡେଭିଡ୍ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ/ଓ୍ଵିକେଟ୍ କିପର), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲ୍ଲୀ, କ୍ରିସ୍ ଓ୍ଵକ୍ସ, ଡେଭିଡ୍ ଓ୍ଵିଲି, ମାର୍କ ଉଡ, ଆଦିଲ ରଶିଦ।

ଭାରତ– ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ