Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିଅକୁ ମେଡ଼ିକାଲ ନେଇଁ ବାପା ନିଖୋଜ, ନିଖୋଜ ର ତିନିବର୍ଷ ପରେବି ପତ୍ତା ମିଳୁନି

ଭବାନୀପାଟଣା, ୨୯ ୧୦ (ଜଗନ୍ନାଥ ନାଏକ) : ସୂଚନା ଅନୁସାରେ କାନକେରି ଗ୍ରାମର କୃଷ୍ଣ କଂସାରୀ ଙ୍କ ପୁଅ ସାନୁର୍ଯ୍ୟ କଂସାରୀ କନ୍ଧମାଳ ଜିଲ୍ଲା, କୋଟଗଡ଼ ବ୍ଲକ ଅନ୍ତର୍ଗତ ବଣ୍ଡାପିପିଲି ଗାଁ କଲୋଣିସାହିର ସୁବିଳା ଶର୍ମାଙ୍କ ଝିଅ ସବିତାକୁ ବାହା ହୋଇଥିଲେ। ବାହା ହେଲା ପରେ ତାଙ୍କର ଗୋଟେ ପୁଅ ଓ ତିନି ଝିଅ ସମେତ ପରିବାର ବେସ ଖୁସିରେ ରହି ଆସୁଥିଲେ l ପରିବାର ଲୋକେ କହିବା ଅନୁସାରେ ସାନୁର୍ଯ୍ୟ ନିଜ ଛୁଆ ପିଲା ଙ୍କୁ ପାଠ ପଢ଼ାଇବା ଓ ଛୁଆଙ୍କ ଭବିଷ୍ୟତ ଗଢ଼ିବା ଲକ୍ଷ ନେଇଁ ନିଜ ସ୍ତ୍ରୀ ଓ ଚାରି ପୁଅ ଝିଅଙ୍କୁ ଧରି ଫୁଲବାଣୀ ବଣ୍ଡାପିପିଲି କଲୋଣିସାହିରେ ନିଜ ଶଶୁର ଘରେ ରହୁଥିଲେ। ଦିନେ ତାଙ୍କର ଛୋଟ ଝିଅ ସଞ୍ଜନାଙ୍କ ଦେହ ବହୁତ ଖରାପ ହେବାରୁ ସ୍ତ୍ରୀ ସବିତା ସହ ଝିଅ ସଞ୍ଜନା କୁ ଧରି ବାଲିଗୁଡ଼ା ଡାକ୍ତରଖାନା ଯାଇଥିଲେ। ସେଠାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଉକ୍ତ ଡାକ୍ତରଖାନାରେ ଝିଅର ଚିକିତ୍ସା ହେଉଥିବା ବେଳେ ସାନୁର୍ଯ୍ୟ ହଠାତ ମୁହଁ ମାଡ଼ି ତଳେ ପଡିଯାଇ ଅଚେତ ହୋଇଯାଇଥିଲେ ଓ କିଛି ସମୟ ପରେ ଚେତା ଫେରିଥିଲା। ସେଠାରେ ଦିନେ ଦୁଇ ଦିନ ସୁସ୍ଥ ରହିଥିବା ପରେ ଧୀରେ ଧୀରେ ପାଗଳପରି ବ୍ୟବହାର କରୁଥିଲେ l ସେପଟେ ଝିଅକୁ ଧରି ମାଁ ହସ୍ପିଟାଲ ବେଡ଼ ରେ ରହିଥିବା ବେଳେ ଏପଟେ ରାତିରେ ସାନୁର୍ଯ୍ୟ ହଠାତ କୁଆଡ଼େ ଗଲେ କେହି ଜାଣିବି ପାରିଲେ ନାହିଁ l ସ୍ୱାମୀ ନାହିଁ ବୋଲି ସ୍ତ୍ରୀ ଜାଣିବାପରେ ବ୍ୟସ୍ତ, ବିକଳ ହୋଇ ହସ୍ପିଟାଲ ସାରା ଖୋଜାଖୋଜି ପରେ କାନ୍ଧି କାନ୍ଧି ନିଜ ପରିବାର କୁ ଫୋନ କରି ଜଣାଇଥିଲେ l ଖବର ପାଇ ପରିବାର ଲୋକେ ଉକ୍ତ ଡାକ୍ତରଖାନାରୁ ଆରମ୍ଭ କରି, ଆଖପାଖ ଗଳି, କନ୍ଧି, ବସଷ୍ଟାଣ୍ଡ ତଥା ଫୁଲବାଣୀ ସାରା ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଏନେଇ ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଏକ ଏତଲା ଦାୟେର କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନ’ଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ପରିବାର ଲୋକେ । ଏପରି ଏକ ଦୁଃଖଦ ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଗ୍ରାମପଞ୍ଚାୟତ ଅଧୀନରେ ଥିବା କାନକେରି ଗାଁର l ପରିବାର ଲୋକେ ନିଖୋଜ ସାନୁର୍ଯ୍ୟଙ୍କୁ ପାରୁପର୍ଯ୍ୟନ୍ତ ଖୋଜାଖୋଜି କରି ତିନିବର୍ଷ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଦାନ ମିଳୁନି । ଏବେ ଚାରି ଛୁଆଙ୍କ ବୋଝ ମାଁ ସବିତା ଙ୍କ ମୁଣ୍ଡରେ। ଏମାନଙ୍କୁ ସରକାରଙ୍କ ସୁବିଧା କହିଲେ ମାତ୍ର ୨୫ କେ.ଜି ଚାଉଳ ଓ ଛୋଟ ଝିଅ ସଞ୍ଜନାଙ୍କୁ ଶିକଲିନ୍ ରୋଗ ଥିବାରୁ ମାସକୁ ୫୦୦ ଶହ ଭତ୍ତା ଟଙ୍କା ମିଳିବା ଛଡ଼ା ଆଉ କିଛି ନାହିଁ। ପ୍ରତ୍ୟୋକ ଦିନ କୁଳି ମଜୁରୀ କରି ନିଜ ଚାରି ଛୁଆଙ୍କୁ ଦାନା ଯୋଗାଉଛନ୍ତି ମାଁ ସବିତା। ତେବେ ସରକାରଙ୍କ ତରଫରୁ କୌଣସି ଗୋଟେ ସୁବ୍ୟବସ୍ଥା ଯୋଗାଇଦେବା ପାଇଁ ଆକୁଳ ଗୁହାରି କରିଛନ୍ତି ସବିତା କଂସାରୀ l ତେବେ ପ୍ରଶାସନ ବା ସମସ୍ତ ଜନସାଧାରଣଙ୍କୁ ଗୁହାରି କରିଛନ୍ତି ଯେ’ଯେଉଁ ବ୍ୟକ୍ତି ବି ଏହି ନିଖୋଜ ବ୍ୟକ୍ତିଙ୍କୁ ଯେଉଁଠି ବି ଦେଖିବେ ତାହାହେଲେ ଦୟାକରି ନିକଟସ୍ତ ପୋଲିସ ଷ୍ଟେସନରେ ଜଣାଇଦେବେ ଏବଂ ୭୩୦୬୮୮୦୩୮୯ ଏହି ଫୋନ ନମ୍ବର ରେ ଯୋଗାଯୋଗ କରିବେ ବୋଲି ଆକୁଳ ଗୁହାରି କରିଛନ୍ତି ପରିବାର ଲୋକେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ