Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହାରା ଚେରିଟେବଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଡ଼ଃ.ଏ.ପି.ଜି. ଅବଦୁଲ କଲାମ ରତ୍ନ ପୁରସ୍କାର-୨୦୨୩ ପାଇଁ ମନୋନୀତ ହେଲେ କଳାହାଣ୍ଡି ର ସୁଧୀର ଗୋପାଳ

ଭବାନୀପାଟଣା, ୩୦/୧୦ (ଜଗନ୍ନାଥ ନାଏକ) : ସହାରା ଚେରିଟେବଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଡ଼ଃ.ଏ.ପି.ଜି. ଅବଦୁଲ କଲାମ ରତ୍ନ ପୁରସ୍କାର-୨୦୨୩ ପାଇଁ ମନୋନୀତ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ସେମଲା ଗ୍ରାମର ସୁଧୀର କୁମାର ଗୋପାଳ। ସମ୍ବାଦିକତା କରି ନିଜ ଖବର ମାଧ୍ୟମରେ ଲୋକଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣି ସମସ୍ୟାର ସମାଧାନ କରିବା ସହ ଅସହାୟ, ଦୁଃଖୀ, ଦରିଦ୍ର, ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ସେବାରେ କାର୍ଯ୍ୟ କରି ମିସାଇଲ ମେନ ଡ଼ଃ ଏପିଜେ ଅବଦୁଲ କଲାମ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଯାହାଫଳରେ ଅଞ୍ଚଳ ଲୋକେ ଖୁସିହେବା ସହ ଶୁଭେଛା ଜଣାଇଛନ୍ତି ।ଯାହାଫଳରେ ଶ୍ରୀ ଗୋପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଯେମିତି ସମାଜ ସେବା କରିବାରେ ସମସ୍ତଙ୍କ ଆଶୀର୍ବାଦ ,ଶୁଭେଛା କାର୍ଯ୍ୟ କରିବା ପାଇଁ ସତ ସାହସ ଯୋଗାଇବ ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ